ଡିବିରୁ କିରୋସିନ ପିଇ ଜୀବନ ହରାଇଲା ଦେଢ଼ ବର୍ଷର ଶିଶୁ

ଡିବିରୁ କିରୋସିନ ପିଇ ଜୀବନ ହରାଇଲା ଦେଢ଼ ବର୍ଷର ଶିଶୁ

ଡିବିରୁ କିରୋସିନ ପିଇ ଜୀବନ ହରାଇଲା ଦେଢ଼ ବର୍ଷର ଶିଶୁ

ବାଲେଶ୍ୱର:  କିରୋସିନି ପିଇ ଶିଶୁ ମୃତ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସୋର ଥାନା ମୁଳିସିଂ ପଂଚାୟତ ତେନ୍ତୁଳିଗଛି ଗାଁ ରେ । ଏହି ଗ୍ରାମର ଗୁରୁପ୍ରସାଦ ପୁଥାଳଙ୍କ ଦେଢ଼ ବର୍ଷର ଶିଶୁ ପୁତ୍ର ଆଜି ଖେଳୁଥିବା ବେଳେ ପାଖରେ ଥିବା ଡିବିରୁ କିରୋସିନ ପିଇ ଦେଇଥିଲା । ପରିବାର ଲୋକ ସଙ୍ଗେ ସଙ୍ଗେ ଡିବିକୁ ଛଡାଇ ନେଇଥିଲେ । ମାତ୍ର ଧିରେ ଧିରେ ଶିଶୁ ଟିର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ଆରମ୍ଭ କରିଥିଲା । 

କଛି ସମୟ ପରେ ପିଲାଟି ରକ୍ତ ବାନ୍ତି କରିବାରୁ ପରିବାର, ବାପା ମିଶି ସୋର ଡାକ୍ତରଖାନା ନେଇଆସିଥିଲେ । କିନ୍ତୁ ଡାକ୍ତରଖାନାରେ ପହଁଚିବା ବେଳକୁ ଡାକ୍ତର ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ। ଦେଢ଼ ବର୍ଷର ଶିଶୁର ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।