ଭିଜିଲାନ୍‌ସ ଜାଲରେ ମହିଳା କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍‌ସ ଜାଲରେ ମହିଳା କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍‌ସ ଜାଲରେ ମହିଳା କନିଷ୍ଠ ଯନ୍ତ୍ରୀ

ନବରଙ୍ଗପୁର: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ ବୀଣାପାଣି ବେହେରା ।  ଅଭିଯୋଗ ଅନୁଯାୟୀ ପାପଡାହାଣ୍ଡି ବ୍ଲକ  କର୍ତିଆଗୁଡା ଠାରୁ ମୁଦୁଲିଗୁଡା ଗ୍ରାମ ପର୍ୟ୍ୟନ୍ତ ୧ ଲକ୍ଷ ୨୫ ହଜାର ଟଙ୍କା ରାସ୍ତା ଉନ୍ନତୀକରଣ କାମର ବିଲ କରିବା ପାଇଁ ଜେଇ ୨୦  ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପାପଡାହାଣ୍ଡି ବ୍ଲକର ମୁଦୁଲିଗୁଡା ଗ୍ରାମର ଠିକାଦାର ମନ୍ଧର  ଦିଶାରି ଏ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।  ନବରଙ୍ଗପୁର ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା। ତେବେ ଜେଇ ଟଙ୍କା ନିଜେ ଗ୍ରହଣ ନ କରି ନିଜ ସରକାରୀ ବାସଭବନର ଥିବା ଖଟ ଗଦି ତଳେ ରଖିବାକୁ କହିଥିଲେ । ଜେଇଙ୍କ   ଘରକୁ ଖୋଜା ଖୋଜି କରି ଭିଜିଲାନ୍ସ  ଟିମ୍  ଟଙ୍କା ଜବତ କରିଥିଲେ ।

ଲାଞ୍ଚ ନେଇଥିବା ଅଭିଯୋଗରେ ପାପଡାହାଣ୍ଡି ବ୍ଲକ ଜେଇ ବୀଣାପାଣି ବେହେରାଙ୍କୁ ରିରଫ କରି ଭିଜିଲାନ୍ସ କାର୍ୟ୍ୟାଳୟକୁ ନେବା ସମୟରେ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକ ଏହାକୁ ବିରୋଧ କରି ଭିଜିଲାନ୍ସ ବିଭାଗର ଗାଡ଼ିକୁ ଅଟକ ରଖିଥିଲେ । ଜେଇଙ୍କୁ ଜାଣି ଶୁଣି ଫସେଇ ଦିଆଯାଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ। ପୋଲିସର ହସ୍ତକ୍ଷେପ ପରେ ଭିଜଲାନ୍ସ ଗାଡ଼ିକୁ ଗ୍ରାମବାସୀ ଛାଡିଥିଲେ।