ଟିକାର ବଜାର ବିକ୍ରି ପାଇଁ ଅନୁମତି

ଟିକାର ବଜାର ବିକ୍ରି ପାଇଁ ଅନୁମତି

ଟିକାର ବଜାର ବିକ୍ରି ପାଇଁ ଅନୁମତି

ନୂଆଦିଲ୍ଲୀ: ଏଣିକି ବଜାରରେ ଉପଲବ୍ଧ ହେବ କୋରୋନା ଟିକା । କୋରୋନା ବିରୋଧି ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଖୋଲା ବଜାରରେ ବିକ୍ରି ପାଇଁ ଊଉଏଓ  ସୁପାରିସ କରିଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ, ସେଣ୍ଟ୍ରାଲ୍ ଡ୍ରଗ୍ସ ଅଥରିଟି ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ ଟିମ୍ ଗତକାଲି କୋଭିସିଲ୍ଡ୍ ଏବଂ କୋଭାକ୍ସିନର ନିୟମିତ ବଜାର ବିକ୍ରିକୁ ଅନୁମୋଦନ କରିବା ପାଇଁ ସୁପାରିସ କରିଥିଲେ।

ଫାର୍ମା କମ୍ପାନୀଗୁଡିକ ଭରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆକୁ ନିଜ ନିଜ  ଟିକା କୋଭାକ୍ସିନ୍ ଏବଂ କୋଭିସିଲ୍ଡ କୁ ନିୟମିତ ବଜାରରେ ବିକ୍ରି ପାଇଁ ଅନୁମତି ମାଗିଥିଲା । ଏନେଇ ପୂର୍ବରୁ ଆବେଦନପତ୍ର ଦାଖଲ କରାଯାଇଥିଲା ।ସେରମ୍ ଇନଷ୍ଟିଚ୍ୟୁଟର ସରକାରୀ ଏବଂ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ଗତ ଅକ୍ଟୋବର ୨୫ ରେ ଊଉଏଓ କୁ ଏକ ଆବେଦନ କରିଥିଲେ। ସେଥିରେ ଡିସିଜିଆଇ ପୁଣେର ସେରମ୍ ଇନଷ୍ଟିଚ୍ୟୁଟରୁ ଅଧିକ ତଥ୍ୟ ମାଗିଥିଲେ । ପରେ ପ୍ରକାଶ କୁମାର ସିଂ ଅଧିକ ବିବରଣୀ ଦାଖଲ କରିବା ପରେ ଗତକାଲି ଊଉଏଓ  ଅନୁମତି ପ୍ରଦାନ କରିଛି ।