ପାତିବାକୁ ନେଉଥିଲେ ଘର ଲୋକ, କାନ୍ଦି ଉଠିଲା ଶିଶୁ
ପାତିବାକୁ ନେଉଥିଲେ ଘର ଲୋକ, କାନ୍ଦି ଉଠିଲା ଶିଶୁ
ଭୁବନେଶ୍ୱର: ଜନ୍ମ ହେଲା ପରେ ଶିଶୁପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁଃଖରେ ଭାଙ୍ଗି ପଡିଥିଲେ ବାପା ମା’। ଶେଷରେ ନିରୁପାୟ ହୋଇ ଡାକ୍ତଖାନାରୁ ଶିଶୁପୁତ୍ରକୁ ଧରି ଘରକୁ ଫେରିଥିଲେ । ମାଟିରେ ପୋତିବାକୁ ନେଲାବେଳେ ଶିଶୁଟି ଡଠାତ୍ କାନ୍ଦି ଉଠିଲା । ମୃତ ଘୋଷିତ ଶିଶୁପୁତ୍ର ଜୀବିତ ଥିବା ଜାଣିବା ପରେ ସମସ୍ତେ ଆବାକ୍ ହୋଇଯାଇଥିଲେ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଡିପଦା ଗ୍ରାମର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସାହାରପଡା ବ୍ଲକ ଖଡିକାପଦା ଗାଁ’ର ସୁନିଆ ମୁଣ୍ଡାଙ୍କ ପତ୍ନୀ ରାଇମଣି ମୁଣ୍ଡାଙ୍କର ପ୍ରସବ ହୋଇଥିଲା । ତାଙ୍କୁ ତୁରନ୍ତ କରଞ୍ଜିଆ ଉପଖଣ୍ଟ ଚିକିସôାଳୟ ନିଆଯାଇଥିଲା । ସେଠାରେ ସେ ଅପରାହ୍ନ ପ୍ରାୟ ୨ଟା ସମୟରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଶିଶୁଟି ଜନ୍ମ ହେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲ କତ୍ତୃପକ୍ଷ ଏକ ବ୍ୟାଗରେ ମୃତ ଶିଶୁଟିକୁ ପିତାମାତାଙ୍କୁ ହସ୍ତାନ୍ତର କରିଥିଲେ । ମୁଣ୍ଡା ଦମ୍ପତି ମୃତ ଶିଶୁକୁ ଧରି ଦୁଃଖରେ କରଞ୍ଜିଆ ଠାରୁ ପ୍ରାୟ ୧୨ କିଲୋମିଟର ଦୂର ଖଡିକାପଦା ଗ୍ରାମକୁ ଫେରି ଆସିଥିଲେ । ଶିଶୁଟିର ସକôାର ପାଇଁ ଶ୍ମଶାନକୁ ନିଆଯାଇଥିଲା । ମାଟି ଖୋଳା ସରିବା ପରେ ବ୍ୟାଗ ଖୋଲିବାରୁ ଅଚାନକ୍ ଶିଶୁଟି କାନ୍ଦି ଉଠିଲା । ଏହାଦେଖି ଉପସ୍ଥିତ ଥିବା ଲୋକେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ । ନବଜାତକର ବାପା ସୁନିଆ ମୁଣ୍ଡା ଶିଶୁପୁତ୍ରଟିକୁ କୋଳେଇ ନେଇ ତୁରନ୍ତ ଏକ ବୋଲେରୋରେ ଡାକ୍ତରଖାନା ଛୁଟି ଆସିଥିଲେ ।




admin 