ବିଜେପିରେ ମିଶିଲେ ସହିଦ ବିପିନ ରାୱତଙ୍କ ଭାଇ
ବିଜେପିରେ ମିଶିଲେ ସହିଦ ବିପିନ ରାୱତଙ୍କ ଭାଇ
ଉତ୍ତରାଖଣ୍ଡ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ଭାଇ ବିଜେପିରେ ମିଶିଛନ୍ତି। ସହିଦ ରାୱତଙ୍କ ଭାଇ କର୍ଣ୍ଣେଲ (ଅବସରପ୍ରାପ୍ତ) ବିଜୟ ରାୱତ ବିଜେପିରେ ମିଶିବା ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ଭେଟିଥିଲେ। ଏହାପରେ ସେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଧାମିଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। କୁହାଯାଉଛି ଯେ ବିଜେପି ଶ୍ରୀ ରାୱତଙ୍କୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବ।
ବିଜୟ ରାୱତ କହିଛନ୍ତି ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ ରଖିଥିବା ଦୂରଦୃଷ୍ଟିକୁ ପସନ୍ଦ କରେ। ମୋ ଭାଇ(ବିପିନ ରାୱତ)ଙ୍କ ମୁଣ୍ଡରେ ମଧ୍ୟ ସମାନ କଥା ଚାଲିଥିଲା। ତାଙ୍କ ଚିନ୍ତାଧାରା ବିଜେପି ସହ ପୂରା ସମାନ। ଉତ୍ତରାଖଣ୍ଡବାସୀଙ୍କ ସେବା ହିଁ ମୋର ଏକମାତ୍ର ଲକ୍ଷ୍ୟ।”
ସେ ବିଜେପିରେ ମିଶିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବିଷ୍ୟତ ପାଇଁ କରୁଥିବା ଯୋଜନାଗୁଡ଼ିକୁ ପ୍ରଶଂସା କରିଛନ୍ତି। ସେନାରୁ ଅବସର ନେବା ପରେ ତାଙ୍କ ବାପା ବିଜେପିରେ ମିଶିଥିଲେ। ଏବେ ମୁଁ ସେପରି ସୁଯୋଗ ପାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିନ୍ତାଧାରା ବେଶ ଭଲ। ସେ ସବୁବେଳେ ଭବିଷ୍ୟତ କଥା ଚିନ୍ତା କରିନ୍ତି। ଏହି ଚିନ୍ତାଧାରା ହିଁ ମୋତେ ବିଜେପି ଆଡ଼କୁ ଆକୃଷ୍ଟ କରିଛି। ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।




admin 