ମଝି ଆକାଶରୁ ମୁହାଁମୁହିଁ ହେଲେ ଦୁଇ ଇଣ୍ଡିଗୋ ବିମାନ, ବଡ଼ ଦୁର୍ଘଟଣା ଟଳିଲା
ମଝି ଆକାଶରୁ ମୁହାଁମୁହିଁ ହେଲେ ଦୁଇ ଇଣ୍ଡିଗୋ ବିମାନ, ବଡ଼ ଦୁର୍ଘଟଣା ଟଳିଲା
ନୂଆଦିଲ୍ଲୀ: ମଝି ଆକାଶରେ ମୁହାଁମୁହିଁ ହୋଇଥିଲେ ଇଣ୍ଡିଗୋ ଏୟାରଲାଇନ୍ସ ବିମାନ। ପରସ୍ପର ସହ ଧକ୍କା ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଦୁଇ ବିମାନ ପରସ୍ପରକୁ ଧକ୍କା ଦେବାରୁ ବର୍ତ୍ତି ଯାଇଥିଲେ।
ଗୋଟିଏ ବିମାନ ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ବେଳେ ଆଉ ଗୋଟିଏ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ବୁଧବାର ଡିଜିସିଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ସବୁଠାରୁ ବଡ଼ କଥା ହେଲା କୌଣସି ଲଗବୁକରେ ଘଟଣାକୁ ରେକର୍ଡ କରାଯାଇନି। ସେହିପରି ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ(ଏଏଆଇ) ମଧ୍ୟ ଏହାର ତଥ୍ୟ ରଖିନି।
କିନ୍ତୁ ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି, ସଂସ୍ଥା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି। କାର୍ୟ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଡିସିଜିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ବିମାନବନ୍ଦରରେ ବେଙ୍ଗାଲୁରୁରୁ କୋଲକାତା ଓ ବେଙ୍ଗାଲୁରୁରୁ ଭୁବନେଶ୍ୱର ଯାଉଥିବା ବିମାନ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦୁଇ ବିମାନ ବେଙ୍ଗାଲୁରୁ ବିମାନବନ୍ଦରରୁ ଜାନୁଆରୀ ୯ ତାରିଖ ସକାଳ ଉଡ଼ାଣ ଭରିଥିଲେ।
ଉଭୟଙ୍କ ଟେକଅପ୍ ସମୟ ମଧ୍ୟରେ ୫ ମିନିଟ୍ର ବ୍ୟବଧାନ ଥିଲା। ତେବେ ଉଭୟ ଏକା ସମୟରେ ଗୋଟିଏ ଆକାଶପଥରେ ପରସ୍ପର ଆଡ଼କୁ ଚାଲି ଆସିଥିଲେ। ଫଳରେ ମୁହାଁମୁହିଁ ଧକ୍କା ହେବାର ସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଠିକଣା ସମୟରେ ରାଡାର ନିୟନ୍ତ୍ରକ ଏକ ଡାଇଭର୍ସିଂ ହେଡିଙ୍ଗ୍ ଦେଇଥିଲା। ଏଥିଯୋଗୁ ଉଭୟ ବିମାନ ପରସ୍ପରକୁ ଧକ୍କା ହେବାରୁ ବର୍ତ୍ତି ଯାଇଥିଲେ। ଭଉୟ ବିମାନରେ ୪୨୬ ଜଣ ଲୋକ ଥିଲେ।




admin 