ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷିତ

ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷିତ

ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ : ଓମାନ ଓ ୟୁଏଇରେ ହେବାକୁ ଥିବା ଟି-୨୦ ବିଶ୍ବକପ କ୍ରିକେଟ୍ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ୟ୍ୟନ୍ତ ବିଶ୍ବକପ୍‌‌ ଖେଳ ହେବ।  ବିସିସିଆଇ ପକ୍ଷରୁ ପୂର୍ବତନ ଦ୍ରୁତ ବୋଲର ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ଖେଳାଳିଙ୍କୁ ଚୟନ କରାଯାଇଥିଲା।  ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ଓ ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ ଘୋଷଣା କରାଯାଇଛି । ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ କେଏଲ ରାହୁଲ, ସୂର୍ୟ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଯାଦେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ବିନୀ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର ଓ ମହମ୍ମଦ ସାମି। ଅନ୍ୟପକ୍ଷରେ ଦୀପକ ଚହର, ଶାର୍ଦ୍ଦୁଲ ଠାକୁର ଓ ଶ୍ରେୟସ ଆୟାରଙ୍କୁ ଅତିରିକ୍ତ ଖେଳାଳି ଭାବେ ରଖାଯାଇଛି । ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ବିଶ୍ବକପ ନିମନ୍ତେ ଭାରତୀୟ ଦଳର ମେଣ୍ଟର ବା ପରାମର୍ଶଦାତା ନିଯୁକ୍ତ କରାଯାଇଛି ।

ଏଥରର ଟି-୨୦ ବିଶ୍ବକପ ଭାରତରେ ହେବାର ଥିଲା । କିନ୍ତୁ କୋଭିଡ ମହାମାରୀ ପାଇଁ ଟୁର୍ଣ୍ଣାମେଣ୍ଟକୁ ୟୁଏଇ ଓ ଓମାନରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିଲା ।