ଦେଶରେ ୨୪ ଘଣ୍ଟାରେ ୪୩ ହଜାର ୨୬୩ ନୂଆ ଆକ୍ରାନ୍ତ

ଦେଶରେ ୨୪ ଘଣ୍ଟାରେ ୪୩ ହଜାର ୨୬୩ ନୂଆ ଆକ୍ରାନ୍ତ

ଦେଶରେ ୨୪ ଘଣ୍ଟାରେ ୪୩ ହଜାର ୨୬୩ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ:  ଦେଶରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାର ୨୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହିତ ୩୩୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ ହଜାର ୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

ଏପଟେ ନୂଆ ସଂକ୍ରମଣଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୧ ଲକ୍ଷ ୩୯ ହଜାର ୯୮୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୧ ହଜାର ୭୪୯ରେ ପହଞ୍ଚିଛି । ଏତଦ୍ ବ୍ୟତୀତ ଏବେ ଦେଶରେ ୩ ଲକ୍ଷ ୯୩ ହଜାର ୬୧୪ଟି ସକ୍ରିୟ ମାମଲା ରହିଛି ।ଏଯାବତ୍ ୩ କୋଟି ୨୩ ଲକ୍ଷ ୪ ହଜାର ୬୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୧ କୋଟି ୬୫ ଲକ୍ଷ ୯୭ ହଜାର ୪୨୮ ଜଣଙ୍କୁ ଟୀକାକରଣ କରାଯାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୬ ଲକ୍ଷ ୫୧ ହଜାର ୭୦୧ ଜଣଙ୍କୁ ଟିକା ଦିଆଯାଇଛି ।