ଝାରସୁଗୁଡ଼ା ଫେରିଲା ଗୋପାଳ, ଆଜି ରିମାଣ୍ଡ ସରିବ

ଝାରସୁଗୁଡ଼ା ଫେରିଲା ଗୋପାଳ, ଆଜି ରିମାଣ୍ଡ ସରିବ

ଝାରସୁଗୁଡ଼ା ଫେରିଲା ଗୋପାଳ, ଆଜି ରିମାଣ୍ଡ ସରିବ

ଝାରସୁଗୁଡ଼ା: ହାଇ ପ୍ରୋଫାଇଲ୍‌ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ରବିବାର ରାତିରେ ଝାରସୁଗୁଡ଼ା ଫେରିଛି । ସନ୍ଧ୍ୟାରେ ଅହମ୍ମଦାବାଦରୁ ବିମାନ ଯୋଗେ ରାୟପୁର ବିମାନବନ୍ଦରରେ ପହଞ୍ଚିଥିଲା ପରେ ସେଠାରୁ କାର୍‌ ଯୋଗେ ତାକୁ ଝାରସୁଗୁଡ଼ା ଅଣାଯାଇଛି । ୫ ଦିନିଆ ରିମାଣ୍ଡ ସୋମବାର ଶେଷ ହେଉଛି । ସୋମବାର ଦିନ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ଗୋପାଳକୁ କ୍ରାଇମବ୍ରାଞ୍ଚ୍‌ ହାଜର କରାଇବା ସହ ନାର୍କୋ ଟେଷ୍ଟ୍‌ ଏବଂ ପଲିଗ୍ରାଫ୍‌ ଟେଷ୍ଟ୍‌ ରିପୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ଦାଖଲ କରିବ ବୋଲି ଜଣାପଡ଼ିଛି ।
ପ୍ରକାଶଯୋଗ୍ୟ, ଗତ ମାସ ୨୯ ତାରିଖ ବ୍ରଜରାଜନଗର ଗାନ୍ଧୀଛକଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗୋପାଳ ନିଜେ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ ହେଁ କେଉଁ କାରଣରୁ ହତ୍ୟାକାଣ୍ଡ ସଂଘଟିତ ହୋଇଛି ତାହା ଅସ୍ପଷ୍ଟ ରହିଛି । ସେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ୍‌ ଆଗରେ ଦେଇ ଆସିଥିବା ବୟାନର ସତ୍ୟାସତ୍ୟ ଯାଞ୍ଚ୍‌ ଲାଗି ନାର୍କୋ ଟେଷ୍ଟ୍‌ ଏବଂ ପଲିଗ୍ରାଫ୍‌ ଟେଷ୍ଟ୍‌ ଆଦିର ପଦକ୍ଷେପ ନିଆଯାଇଛି । ଏଥିସହ ସିନ୍‌ ରିକ୍ରିଏସନ୍‌ କରାଯିବା ସାଙ୍ଗକୁ ସାଇଣ୍ଟିଫିକ୍‌ ଓ ବାଲାଷ୍ଟିକ୍‌ ଟେଷ୍ଟ୍‌ କରାଯାଇଛି । ନିମହାନ୍ସ ଟିମ୍‌ ସହାୟତାରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ୍‌ କରାଯାଇଛି । ଫରେନସିକ୍‌ ସାଇକୋ ଲଜିକାଲ ଆସେସମେଣ୍ଟ୍‌ ସହ ଏଲ୍‌ଭିଏ (ଲୋୟର୍ଡ ଭଏସ୍‌ ଆନାଲିସିସ୍‌) କରାଯାଇଛି । ନାର୍କୋ ଟେଷ୍ଟ୍‌ ରିପୋର୍ଟ କ’ଣ ରହିଛି ତାହା ସାର୍ବଜନୀନ ହୋଇ ନ ଥିବାବେଳେ ଏନେଇ ଉତ୍ସୁକତା ଦେଖାଦେଇଛି । ଗୋପାଳକୁ କୋର୍ଟରେ ହାଜର କରାଯିବା ପରେ କ୍ରାଇମବ୍ରାଞ୍ଚ୍‌ର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହାକୁ ନେଇ ଉତ୍କଣ୍ଠା ଲାଗି ରହିଛି ।