ଓଡ଼ିଶାରେ ଓଡ଼ିଆ ନିର୍ଯାତିତ: ବିଜୟ
ଓଡ଼ିଶାରେ ଓଡ଼ିଆ ନିର୍ଯାତିତ: ବିଜୟ
ଭୁବନେଶ୍ୱର: ନିକଟରେ ନୂଆଦିଲ୍ଲୀ ଯାଇ କଂଗ୍ରେସରେ ମିଶିଥିବା ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ ସୋମବାର ଓଡ଼ିଶା ଫେରିଛନ୍ତି । ଏହି ଅବସରରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟା ଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ସେ କହିଛନ୍ତି ଯେ ଓଡ଼ିଶାରେ ଓଡ଼ିଆ ନିର୍ଯାତିତ ହେଉଛନ୍ତି । ଓଡ଼ିଶାର ଠିକାଦାରମାନଙ୍କୁ ଏଠାରେ କାମ ମିଳୁନି । ଛୋଟ ଛୋଟ ଠିକା କାମ ବି ବାହାର ଲୋକଙ୍କୁ ଦିଆଯାଉଛି । ଓଡ଼ିଶାରେ ନିଯୁକ୍ତି ଘୋର ଅଭାବ । ଏଠାରେ ବେରୋଜଗାରୀ ବଢୁଛି । ଓଡ଼ିଶାରେ କାମ ନପାଇ ଓଡ଼ିଆମାନେ ଦାଦନ ଖଟିବାକୁ ଯାଉଛନ୍ତି । କେତେ ଲୋକ ଦାଦନ ଯାଇଛନ୍ତି ସରକାରଙ୍କ ପାଖରେ ତଥ୍ୟ ଅଛି ବି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ସେହିପରି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ବିଜୟ ପଟ୍ଟନାୟକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ବୋଧହୁଏ ଗୋପାଳ ଦାସ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ମାରିନି । କିଏ ମାରିଛି କ୍ରାଇମବ୍ରାଞ୍ଚ ତାହାର ସତ୍ୟତା ଉନ୍ମୋଚନ କରିବା ଦରକାର । ଯଦି କ୍ରାଇମବ୍ରାଞ୍ଚ ପାରୁନି ତେବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ । ହତ୍ୟାକାଣ୍ଡ ପଛରେ ନିଶ୍ଚିତ କୌଣସି ଲୋକର ହାତ ଅଛି । କାହାର ହାତ ନଥିଲେ ସେ ଏଏସଆଇ କ’ଣ ମାରିଦେଇପାରିବ । ଖାଲି ଗୋପାଳ ଯେ ମାରିଥିବ ବୋଲି ମୋର ବିଶ୍ୱାସ ହେଉନି ବୋଲି ବିଜୟ ପଟ୍ଟନାୟକ କହିଛନ୍ତି ।




admin 