ବିଜୟଙ୍କ ବଡ଼ ମନ୍ତବ୍ୟ: ବୋଧହୁଏ ଗୋପାଳ ନବ ଦାସଙ୍କୁ ମାରିନି

ବିଜୟଙ୍କ ବଡ଼ ମନ୍ତବ୍ୟ: ବୋଧହୁଏ ଗୋପାଳ ନବ ଦାସଙ୍କୁ ମାରିନି

ବିଜୟଙ୍କ ବଡ଼ ମନ୍ତବ୍ୟ: ବୋଧହୁଏ ଗୋପାଳ ନବ ଦାସଙ୍କୁ ମାରିନି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ନିକଟରେ କଂଗ୍ରେସରେ ମିଶିଥିବା ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ।
ସେ କହିଛନ୍ତି ଯେ ବୋଧହୁଏ ଗୋପାଳ ଦାସ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ମାରିନି ।  କିଏ ମାରିଛି କ୍ରାଇମବ୍ରାଞ୍ଚ ତାହାର ସତ୍ୟତା ଉନ୍ମୋଚନ କରିବା ଦରକାର ।  ଯଦି କ୍ରାଇମବ୍ରାଞ୍ଚ ପାରୁନି ତେବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ ।  ହତ୍ୟାକାଣ୍ଡ ପଛରେ ନିଶ୍ଚିତ କୌଣସି ଲୋକର ହାତ ଅଛି । କାହାର ହାତ ନଥିଲେ ସେ ଏଏସଆଇ କ’ଣ ମାରିଦେଇପାରିବ । ଖାଲି ଗୋପାଳ ଯେ ମାରିଥିବ ବୋଲି ମୋର ବିଶ୍ୱାସ ହେଉନି ବୋଲି ବିଜୟ ପଟ୍ଟନାୟକ କହିଛନ୍ତି ।

ଜଣେ ପୁଲିସ ଏଏସଆଇ ଏତେ ପାଖକୁ ଯାଇ ମାରିପାରିବନି ।  ତା’ର ବନ୍ଧୁକ ମାରିବା ପ୍ରାକ୍ଟିସ ଥିଲା କି ନାହିଁ ତାହାର ତଦନ୍ତ ହେବ ଉଚିତ ।  ସେ ବନ୍ଧୁକ ମାରିପାରୁଛି କି ନାହିଁ, ଯଦି ପାରୁଛି ଟାର୍ଗେଟକୁ କି ନାହିଁ । ଏ ସବୁ ଜିନିଷ ତଦନ୍ତ ହେବା ଉଚିତ କି ନୁହେଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । 

ପ୍ରକାଶଯୋଗ୍ୟ, ଗତ ମାସ ୨୯ ତାରିଖ ବ୍ରଜରାଜନଗର ଗାନ୍ଧୀଛକଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗୋପାଳ ନିଜେ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ ହେଁ କେଉଁ କାରଣରୁ ହତ୍ୟାକାଣ୍ଡ ସଂଘଟିତ ହୋଇଛି ତାହା ଅସ୍ପଷ୍ଟ ରହିଛି । ସେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ୍‌ ଆଗରେ ଦେଇ ଆସିଥିବା ବୟାନର ସତ୍ୟାସତ୍ୟ ଯାଞ୍ଚ୍‌ ଲାଗି ନାର୍କୋ ଟେଷ୍ଟ୍‌ ଏବଂ ପଲିଗ୍ରାଫ୍‌ ଟେଷ୍ଟ୍‌ ଆଦିର ପଦକ୍ଷେପ ନିଆଯାଇଛି । ଏଥିସହ ସିନ୍‌ ରିକ୍ରିଏସନ୍‌ କରାଯିବା ସାଙ୍ଗକୁ ସାଇଣ୍ଟିଫିକ୍‌ ଓ ବାଲାଷ୍ଟିକ୍‌ ଟେଷ୍ଟ୍‌ କରାଯାଇଛି । ନିମହାନ୍ସ ଟିମ୍‌ ସହାୟତାରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ୍‌ କରାଯାଇଛି । ଫରେନସିକ୍‌ ସାଇକୋ ଲଜିକାଲ ଆସେସମେଣ୍ଟ୍‌ ସହ ଏଲ୍‌ଭିଏ (ଲୋୟର୍ଡ ଭଏସ୍‌ ଆନାଲିସିସ୍‌) କରାଯାଇଛି । ନାର୍କୋ ଟେଷ୍ଟ୍‌ ରିପୋର୍ଟ କ’ଣ ରହିଛି ତାହା ସାର୍ବଜନୀନ ହୋଇ ନ ଥିବାବେଳେ ଏନେଇ ଉତ୍ସୁକତା ଦେଖାଦେଇଛି ।