ଝରାଫୁଲ ମୃତ୍ୟୁ : ରାକେଶ ପିନ୍ଧିଥିବା ପ୍ୟାଣ୍ଟ୍,‌ ସାର୍ଟ ଜବତ କଲା ପୋଲିସ୍‌

ଝରାଫୁଲ ମୃତ୍ୟୁ : ରାକେଶ ପିନ୍ଧିଥିବା ପ୍ୟାଣ୍ଟ୍,‌ ସାର୍ଟ ଜବତ କଲା ପୋଲିସ୍‌

ଝରାଫୁଲ ମୃତ୍ୟୁ :  ରାକେଶ ପିନ୍ଧିଥିବା ପ୍ୟାଣ୍ଟ୍,‌ ସାର୍ଟ ଜବତ କଲା ପୋଲିସ୍‌
ଯାଜପୁର: ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସ୍‌ ହାତରେ ଲାଗିଲା ଆଉ ଏକ ପ୍ରମାଣ । ଘଟଣା ଦିନ ଅଭିଯୁକ୍ତ ରାକେଶ ପିନ୍ଧିଥିବା ପ୍ୟାଣ୍ଟ୍,‌ ସାର୍ଟ ଜବତ କଲା ପୋଲିସ୍‌ । ଘଟଣା ଦିନ ରାକେଶ ବ୍ୟବହାର କରିଥିବା ମୋବାଇଲ୍ ବି ଜବତ କରିଛି ପୋଲିସ । ଏହାସହ ରାକେଶର ରିମାଣ୍ଡର ଅବଧି ସରିଥିବାରୁ ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଘଟଣାକୁ ୮ ଦିନ ବିତିଥିଲେ ବି ଏଯାଏଁ ଘଟଣା ଉପରୁ ଉଠି ପାରୁନି ପରଦା। ଗତକାଲି କୁଆଖିଆ ପୋଲିସକୁ ଅଭିଯୁକ୍ତ ରାକେଶ ବ୍ୟବହାର କରିଥିବା ସ୍କୁଟର ମିଳିଥିବା ବେଳେ ଝରାଫୁଲର ମୋବାଇଲ ଫୋନ୍ କି ରାକେଶର ବନ୍ଧୁ ଶକ୍ତିଶେଖରର ଏଯାଏଁ କୌଣସି ପତ୍ତା ପାଇ ପାରିନାହିଁ ପୋଲିସ। ସେହି ଲାଲ୍‌ ଲଙ୍ଗର ସ୍କୁଟର ହିଁ ଭୁବନେଶ୍ୱରରୁ ଯାଜପୁର ନେଇ ଝରାଫୁଲର ମୃତଦେହ ଫିଙ୍ଗିଥିଲା ରାକେଶ। ଭୁବନେଶ୍ୱର ସୁନ୍ଦରପଦାର ଏକ ପରିତ୍ୟକ୍ତ ସ୍ଥାନରୁ ଗତକାଲି ଗାଡ଼ିକୁ ଉଦ୍ଧାର କରିଥିଲା ପୋଲିସ।