ଜିନ୍ନାଙ୍କ ଦୁଇରାଷ୍ଟ୍ର ଥିଓରୀକୁ ପାଳନ କରୁଛି ବିଜେପି : ମେହବୁବା

ଜିନ୍ନାଙ୍କ ଦୁଇରାଷ୍ଟ୍ର ଥିଓରୀକୁ ପାଳନ କରୁଛି ବିଜେପି : ମେହବୁବା

ଜିନ୍ନାଙ୍କ ଦୁଇରାଷ୍ଟ୍ର ଥିଓରୀକୁ ପାଳନ କରୁଛି ବିଜେପି : ମେହବୁବା
ଶ୍ରୀନଗର : ପିଡିପି ନେତ୍ରୀ ତଥା ଅବିଭାଜିତ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ର ମେହବୁବା ମୁଫତି ବିଜେପିକୁ ସମାଲୋଚନା କରିଛନ୍ତି । ମୁଫତି କହିଛନ୍ତି ଜିନ୍ନାଙ୍କ ଦୁଇ ରାଷ୍ଟ୍ର ଥିଓରୀକୁ ବିଜେପି ପାଳନ କରୁଛି । ବିଜେପି ଦଳରେ ସଂଖ୍ୟାଲଘୁଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି ମୁଫତି ଅଭିଯୋଗ କରିଛନ୍ତି । ନାଗାଲାଣ୍ଡ ଏବଂ ମଧ୍ୟପ୍ରଦେଶକୁ ସ୍ୱୟଂଶାସିତ କରାଯିବାର ପ୍ରୟାସ କରାଯାଉଥିବା ବେଳେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଠାଯାଇଥିଲା କାରଣ ଏହା ଏକ ମୁସଲିମ ବହୁଳ ଅଞ୍ଚଳ । ବିଜେପି ଶାସିତ ଭାରତରେ ସଂଖ୍ୟାଲଘୁଙ୍କ ପାଇଁ କୌଣସି ସ୍ଥାନ ନଥିବା ମୁଫତି କହିଛନ୍ତି । ସଂଖ୍ୟାଲଘୁଙ୍କୁ ଅବହେଳିତ କରାଯାଉଥିବାରୁ ବିଜେପି ଜିନ୍ନାଙ୍କ ଦୁଇ ରାଷ୍ଟ୍ର ଥିଓରୀକୁ ସମର୍ଥନ କରୁଛି ବୋଲି ମେହବୁବା କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠାରୁ ମୁଫତିଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇଛି । ଅଗଷ୍ଟ ୧ ତାରିଖରେ ଅନ୍ୟ ନେତା ମାନଙ୍କୁ ଛଡା ଯାଇଥିଲେ ମଧ୍ୟ ମୁଫତିଙ୍କ ଗୃହବନ୍ଦୀ ଅବଧି ବଢାଯାଇଥିଲା ।