ରାଜଧାନୀ ଭୁବନେଶ୍ୱରରୁ ୨୨୦ ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରରୁ ୨୨୦ ଆକ୍ରାନ୍ତ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରରୁ ୨୨୦ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ ୨୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ୍ରୁ ୧୩୪ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ରୁ ୮୪ ଜଣ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍ସି ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ ୧୩୬ଜଣ ଚିହ୍ନଟଙ୍କ ମଧ୍ୟରୁ ନୟାପଲ୍ଲୀ ଗୋବିନ୍ଦ ନଗର ବସ୍ତିରୁ ୧୫ ଜଣ, ଚନ୍ଦ୍ରଶେଖରପୁର ସପ୍ତମ ବାଟାଲିଅନ୍ରୁ ୮ଜଣ, ରିଜର୍ଭ ପୋଲିସ୍ କଲୋନୀରୁ ୭ଜଣ, ଲକ୍ଷ୍ମୀସାଗରରୁ ୫ଜଣ, ବରମୁଣ୍ଡା ଜଗନ୍ନାଥ ବିହାରରୁ ୫ ଜଣ, ଜୟଦେବ ବିହାର ଦୂରଦର୍ଶନ କଲୋନୀରୁ ୫ଜଣ, ଝାରପଡା ଜଗନ୍ନାଥ ବିହାରରୁ ୩ ଜଣ, ୪ଜଣ ପୋଲିସ୍ ଷ୍ଟାଫ୍, ୩ ଜଣ ଟ୍ରାଫିକ୍ ଷ୍ଟାଫ୍ ରହିଛନ୍ତି । ସେହିପରି ୮୪ ଜଣ ଲୋକାଲ କଣ୍ଟାକ୍ଟ କେସ୍ ମଧ୍ୟରୁ ବରଗଡ ବ୍ରିଟ୍ କଲୋନୀରୁ ୬ଜଣ, ଶହୀଦନଗରରୁ ୨ ଜଣ,ବାଣୀବିହାରରୁ ୩ ଜଣ, ଗଜପତି ନଗରରୁ ୪ ଜଣ, ଆଚାର୍ୟ୍ୟବିହାର, ସୁବାସ ନଗର ବସ୍ତି, ସତ୍ୟସାଇ ଏନକ୍ଲେଭ୍, ଶ୍ରୀଖରଚଣ୍ଡୀ ନଗର, ପଟିଆ ଫେଜ୍-୧, ବରମୁଣ୍ଡା ଗାୟତ୍ରୀ ବିହାରରୁଜଣେ ଲେଖାଏଁ ରହିଛନ୍ତି । ଆଜି ୧୨୩ଜଣ ସୁସ୍ଥ ହୋଇଥିବାବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୭୦୭ରେ ପହଞ୍ଚିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୩ ହଜାର ୬୯୦ରେ ପହଞ୍ଚିଛି । ୨୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ୯୮୩ ରହିଛି ।