ସୁଶାନ୍ତଙ୍କ ଭଉଣୀଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ରିୟା

ସୁଶାନ୍ତଙ୍କ ଭଉଣୀଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ରିୟା

ସୁଶାନ୍ତଙ୍କ ଭଉଣୀଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ରିୟା
ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନୂତନ ମୋଡ ଆସିଛି । ସୁଶାନ୍ତଙ୍କ ଭଉଣୀ ମଦ ନିଶାରେ ତାଙ୍କ ସହିତ ଅସଦାଚରଣ କରିଛନ୍ତି ବୋଲି ରିୟା ଅଭିଯୋଗ କରିଛନ୍ତି । ମଙ୍ଗଳବାର ରିୟାଙ୍କ ଓକିଲ ଗଣମାଧ୍ୟମ ସମ୍ମୁଖରେ ଏହି ତଥ୍ୟ ରଖିଛନ୍ତି । ରିୟା କହିଛନ୍ତି ମୁଁ ଜଣେ ଅବସରପ୍ରାପ୍ତ ସେନାବାହିନୀ ଡାକ୍ତରଙ୍କ ଝିଅ ଏବଂ ମୋ ବିରୋଧରେ ଅଣାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତି ହୀନ । ରୀୟା କହିଛନ୍ତି ଏପ୍ରିଲ୍ ୨୦୧୯ରେ ସୁଶାନ୍ତଙ୍କ ଭଉଣୀ ମଦ ନିଶାରେ ତାଙ୍କ ସହିତ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ରିୟା ତାଙ୍କୁ ଘରୁ ବାହାରିଯିବା ପାଇଁ କହିଥିବା ବେଳେ ନିଜେ ଘରୁ ବାହାରି ଯାଇଥିଲେ । ଏହି ଘଟଣାକୁ ନେଇ ସୁଶାନ୍ତ ଏବଂ ତାଙ୍କ ଭଉଣୀଙ୍କ ମଧ୍ୟରେ ଯୁକ୍ତି ତର୍କ ମଧ୍ୟ ହୋଇଥିଲା । ଏହି ଘଟଣା ପରେ ସୁଶାନ୍ତଙ୍କ ପରିବାର ଲୋକ ତାଙ୍କ ଉପରେ ରାଗିଥିବା ରିୟା କହିଛନ୍ତି । ଏହା ସହିତ ରିୟା କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କ ପରିବାରକୁ ଭେଟିବାକୁ ଚାହୁଁଥିଲେ ମାତ୍ର ତାଙ୍କ ପରିବାର ଲୋକ ଏହାକୁ ପ୍ରତ୍ୟାଖ୍ୟାନ କରି ଚାଳିଥିଲେ । ତେବେ ରିୟାଙ୍କ ଏହି ସମସ୍ତ ଅଭିଯୋଗକୁ ସୁଶାନ୍ତଙ୍କ ପିତା କେକେ ସିଂ ଖଣ୍ଡନ କରିଛନ୍ତି ।