ଭାଲେଂଟାଇନ୍ ସପ୍ତାହର ଦ୍ୱିତୀୟ ଦିନ ପ୍ରପୋଜ ଡେ ।
ଭାଲେଂଟାଇନ୍ ସପ୍ତାହର ଦ୍ୱିତୀୟ ଦିନ ପ୍ରପୋଜ ଡେ ।
admin
Feb 8, 2020 - 12:25
Updated: Feb 8, 2020 - 12:25
ଆଖିରେ ଅଛି ଆଖିଏ ସ୍ୱପ୍ନ । ମନରେ ଅସୁମାରୀ ଆଶା । ମନ ଭିତରେ ଚାପି ହୋଇ ରହିଛି ଅନେକ ଅକୁହା କଥା । ଭାଲେଂଟାଇନ୍ ସପ୍ତାହରେ ଲାଗିଛି ମନରେ ଡେଣା, ଉଡିଯିବାକୁ ଚାହେଁ ମନର ମାନସୀ ପାଖକୁ । ଆଉ ମନ ଖୋଲି କହିବାକୁ ଚାହେଁ ମନ ଫରୁଆରେ ଥିବା ମନର ସବୁ ଅକୁହା କଥା । ସେ ହେଉଛି ମନର ଗହନ କଥା ।
ଆଜି ଭାଲେଂଟାଇନ୍ ସପ୍ତାହର ଦ୍ୱିତୀୟ ଦିନ ପ୍ରପୋଜ ଡେ । ଆଖିକୁ ନିଦ ନଥାଏ କି ଚଗଲା ମନ ବୋଲ ମାନୁନଥାଏ । ମନ ଖୋଲି ପ୍ରେମର ପରିପ୍ରକାଶ କରିବାକୁ ଏ ଦିନଟିକୁ ଚାହିଁ ବସିଥାନ୍ତି ଅନେକ ଲୋକ । ସେଥିପାଇଁ ଆଜି ଦିନରେ ପ୍ରେମିକ ପ୍ରେମୀକା ପରସ୍ପରକୁ ନିଜର ମନର କଥା କହି ପ୍ରପୋଜ ଡେ ପାଳନ କରିଥାନ୍ତି । କିଛି ପିଲା ଚାହିଁବସିଥାନ୍ତି ପ୍ରପୋଜ ଡେ ଆସିଲେ ନିଜ ମନ କଥାକୁ ପରିପ୍ରକାଶ କରି ପ୍ରେମ ବନ୍ଧନରେ ଆବନ୍ଧ ହେବାକୁ । ରୋଜ ଦେଇ ମନର ମଣିଷକୁ ଡାର୍ଲିଂ ଆଇ ଲଭ୍ ୟୁ କହିଥାନ୍ତି । ଏଥିପାଇଁ ମଧ୍ୟ ଆଗରୁ ପ୍ଲାନିଂ କରିବାକୁ ପଡିଥାଏ । ଏସବୁକୁ ନେଇ ବହୁ ସରପ୍ରାଇଜ୍ କରିଥାନ୍ତି । କିଏ ହୋଟେଲରେ ଟେବୁଲ ବୁକ୍ କରେ ତ କିଏ ବିଭିନ୍ନ ପ୍ରକାର ଗିଫ୍ଟ ଦେଇ ପ୍ରପୋଜ ଡେ ପାଳନ କରେ ।