ପୁଣି ମା’ ହେବେ କରୀନା

ପୁଣି ମା’ ହେବେ କରୀନା

ପୁଣି ମା’ ହେବେ କରୀନା
୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁର । ସେମାନଙ୍କ କୁନିପୁଅ ତୈମୁରର ସୋସିଆଲ ମିଡିଆରେ ବହୁ ସଂଖ୍ୟକ ପ୍ରଶଂସକ ରହିଛନ୍ତି । ସଦ୍ୟତମ ଖବର ମୁତାବକ କରୀନା ଏବେ ଦ୍ୱିତୀୟ ଥର ପାଇଁ ମା’ହେବାକୁ ଯାଉଛନ୍ତି । ସୈଫିନା ଏହି ଖବରକୁ ବି ସ୍ୱୀକାର କରିଛନ୍ତି । ଏକ ବିବୃତି ଜାରି କରି ସେମାନେ କହିଛନ୍ତି ‘ପରିବାରକୁ ନୂଆ ସଦସ୍ୟ ଆସୁଥିବାରୁ ଆମେ ବହୁତ ଖୁସି । ଆମ ପାଇଁ ପ୍ରାର୍ଥନା କରୁଥିବା ସବୁ ଶୁଭେଚ୍ଛାମାନଙ୍କୁ ଧନ୍ୟବାଦ ଜଣାଉଛୁ ।’ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ କରୀନାକଙ୍କୁ ଆଗକୁ ଅମୀର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ ସିଂହ ଚଢ଼ା’ରେ ଦେଖିବାକୁ ମିଳିବ । ଏହା ବ୍ୟତୀତ କରନ ଜୋହରଙ୍କ ‘ତଖତ’ରେ ସେ ନଜର ଆସିବେ । ସେଥିରେ ତାଙ୍କ ସହ ରଣବୀର ସିଂହ, ଆଲିୟା ଭଟ୍ଟ, ଭିକି କୌଶଲ, ଭୂମି ପେଡନେକର, ଜାହ୍ନବୀ କପୁର ଏବଂ ଅନୀଲ କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ସୂଚନା ଥାଉ କି, ୨୦୧୬ରେ ତୈମୁରର ଜନ୍ମ ହୋଇଥିଲା ।