କରୋନା ଲଢେଇରେ ଜୀବନ ଯୁଦ୍ଧରେ ହାରିଗଲେଆଉ ଜଣେ ଅଭିନେତ୍ରୀ, ଜାଣନ୍ତୁ କିଏ

କରୋନା ଲଢେଇରେ ଜୀବନ ଯୁଦ୍ଧରେ ହାରିଗଲେଆଉ ଜଣେ ଅଭିନେତ୍ରୀ, ଜାଣନ୍ତୁ କିଏ

କରୋନା ଲଢେଇରେ ଜୀବନ ଯୁଦ୍ଧରେ ହାରିଗଲେଆଉ ଜଣେ ଅଭିନେତ୍ରୀ, ଜାଣନ୍ତୁ କିଏ
ମୁମ୍ବାଇ : କରୋନା ଯୋଗୁଁ ଆମଠାରୁ ବହ ଅଭିନେତା, ନେତାମାନେ ହାରିଯାଇଛନ୍ତି । ଆଜି ପୁଣି କରୋନା ଯୋଗୁଁ ଆଉ ଜଣେ ଅଭିନେତ୍ରୀ ଆମ ହାତ ଛାଡିଛନ୍ତି । ଟେଲିଭିଜନ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ମାତ୍ର ୩୪ ବର୍ଷ ବୟସରେ ଦିବ୍ୟାଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ସେଭେନ୍ ହିଲ୍ସ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଦିବ୍ୟାଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। ଦିବ୍ୟାଙ୍କ ମୃତ୍ୟୁକୁ ନେଇ ଟେଲିଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି। କିଛି ଦିନ ହେଲା ଦିବ୍ୟା ଭେଣ୍ଟିଲେଟରରେ ରହିଥିଲେ । ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଦେଇଛନ୍ତି ଦିବ୍ୟା । ଟିଭି ସିରିଏଲ 'ୟେ ରିସ୍ତା କ୍ୟା କେହଲାତା ହୈ' ରେ ଗୁଲାବୋ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲେ। ଏହା ବ୍ୟତିତ ‘ସିଲ୍‌ସିଲା ପ୍ୟାର୍ କା’, ‘ଉଡାନ୍’, ‘ଜିତ୍ ଗୟୀ ତୋ ପିୟା ମୋରେ’ରେ ମଧ୍ୟ ଦିବ୍ୟା ନଜର ଆସିଥିଲେ । ନଭେମ୍ବର ୨୬ ତାରିଖରେ ଦିବ୍ୟା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିମୋନିଆରେ ପିଡୀତ ଦିବ୍ୟା କରୋନାରେ ଆକ୍ରାନ୍ତ ହେବାରୁ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ୨୮ ତାରିଖରେ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ସୋମବାର ଭୋରରୁ ତାଙ୍କର ପରଲୋକ ହୋଇଛି । ସାଥୀ କଳାକାର ଦେବୋଲିନା ଭଟ୍ଟାଚାର୍ଯ୍ୟ ଏବଂ ଶିଳ୍ପା ଶିରୋଡକର ଦିବ୍ୟାଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ।