ବିଦେଶରେ ବି ‘ଲକ୍ଷ୍ମୀ’କୁ ପ୍ରଶଂସା

ବିଦେଶରେ ବି ‘ଲକ୍ଷ୍ମୀ’କୁ ପ୍ରଶଂସା

ବିଦେଶରେ ବି ‘ଲକ୍ଷ୍ମୀ’କୁ ପ୍ରଶଂସା
ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ନଭେମ୍ବର ୯ ତାରିଖରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରକୁ ଦେଶରେ ଭଲ ପ୍ରତିକି୍ରୟା ମିଳିଥିଲା ବେଳେ ବିଦେଶରେ ମଧ୍ୟ ଚଳଚ୍ଚିତ୍ରଟି ଭଲ ଆୟ କରିଛି । ଟ୍ରେଡ ଆନାଲିଷ୍ଟ ଓ ସମୀକ୍ଷକ ତରନ ଆଦର୍ଶ ଚଳଚ୍ଚିତ୍ରଟି ସପ୍ତାହନ୍ତରେ କରିଥିବା ୱାର୍ଲୱାଇଡ କଲେକ୍ସନ ସମ୍ପର୍କରେ ଟ୍ୱିଟରରେ ସେୟାର କରିଛନ୍ତି । ମାର୍ଚ୍ଚ ୨୦୨୦ ପରେ ବିଦେଶରେ ରିଲିଜ ହୋଇଥିବା ପ୍ରଥମ ବଲିଉଡ ଫିଲ୍ମ ହେଉଛି ‘ଲକ୍ଷ୍ମୀ’ । ଏହା ଅଷ୍ଟ୍ରେଲିଆ, ନୁ୍ୟଜିଲାଣ୍ଡ, ଫିଜି ସହ ୟୁଏଇରେ ମଧ୍ୟ ରିଲିଜ ହୋଇଥିଲା । ସପ୍ତାହନ୍ତରେ ଏହି ଫିଲ୍ମର କଲେକ୍ସନ ଭଲ ରହିଛି । ସିନେମା ହଲର ଉପଲବ୍ଧତା ହିସାବରେ ଏହି ଫିଲ୍ମଟି ପ୍ରାୟତଃ ଠିକ ଆୟ କରୁଛି । ‘ଲକ୍ଷ୍ମୀ’ ରିଲିଜର ଏକ ସପ୍ତାହ ଭିତରେ ୟୁଏଇରେ ଏହା ୧.୪୬ କୋଟିର ବ୍ୟବସାୟ କରିଛି । ସେପଟେ ସପ୍ତାହନ୍ତରେ ଅଷ୍ଟ୍ରେଲିଆରେ ୭୦.୪୮ ଲକ୍ଷ, ଫିଜିରେ ୧୭.୧୬ ଲକ୍ଷ ଓ ନୁ୍ୟଜିଲାଣ୍ଡରେ ୪୨.୩୮ ଲକ୍ଷର ବ୍ୟବସାୟ କରିଛି ।