ଅନେକ ଦିନର ଅପେକ୍ଷା ପରେ ଫେରୁଛନ୍ତି ଚୁଲବୁଲି ନାୟିକା ଆଲିଆ ଭଟ୍ଟ

ଅନେକ ଦିନର ଅପେକ୍ଷା ପରେ ଫେରୁଛନ୍ତି ଚୁଲବୁଲି ନାୟିକା ଆଲିଆ ଭଟ୍ଟ

ଅନେକ ଦିନର ଅପେକ୍ଷା ପରେ ଫେରୁଛନ୍ତି ଚୁଲବୁଲି ନାୟିକା ଆଲିଆ ଭଟ୍ଟ
ଅନେକ ଦିନର ଅପେକ୍ଷା ପରେ ଫେରୁଛନ୍ତି ଚୁଲବୁଲି ନାୟିକା ଆଲିଆ ଭଟ୍ଟ । ବହୁପ୍ରତୀକ୍ଷିତ ସିନେମା ଗଙ୍ଗୁବାଇ କାଠିୟାବାଡି ମାଧ୍ୟମରେ ପୁଣି ପରଦା ଉପରେ ନିଜର ଜଲୱା ଦେଖାଇବା ଫେରୁଛନ୍ତି । ଜୁଲାଇ ୩୦ରେ ରିଲିଜ୍ ହେବାକୁ ଥିବା ଏହି ସିନେମା ପାଇଁ ଦର୍ଶକ ଖୁବ୍ ଆଶାୟୀ ଅଛନ୍ତି । ସଂଜୟ ଲୀଲା ଭନଶାଲୀଙ୍କର ସବୁ ସିନେମା ଭଳି ଏହା ଦର୍ଶକଙ୍କୁ ଖୁବ ପସନ୍ଦ ହେବ ବୋଲି ସଂଜୟ ଓ ଆଲିୟା ଦୁହେଁ ଆଶାବାଦୀ ଅଛନ୍ତି । ଏଥିରେ ଆଲିଆଙ୍କୁ ଏକ ନୂତନ ଭୂମିକାରେ ଓ ନୁଆଲୁକ୍ରେ ମଧ୍ୟ ଦେଖିବାକୁ ମିଳିବ । ରିଲିଜ୍ ହୋଇଥିବା ଟିଜରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ଏହା ସହ ଏହି ବର୍ଷର ଏହା ସବୁଠାରୁ ବଡ ବ୍ଲକବଷ୍ଟର ସିନେମା ହେବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ କିଛି ଲୋକ କାଷ୍ଟିଂକୁ ନେଇ ପ୍ରଶ୍ନ କରିଛନ୍ତି । ସଂଜୟଙ୍କ ପ୍ରତ୍ୟେକ ସିନେମାକୁ ଦର୍ଶକ ଖୁବ ଆଗ୍ରହର ସହ ଅପେକ୍ଷା କରିଥାନ୍ତି । ପରଦାକୁ ଆସିଲେ ଏହା ଦର୍ଶକଙ୍କ ମନକୁ କେତେ ଛୁଇଁବ ଏହା ଦେଖିବାକୁ ବାକି ରହିଲା ।