ଜିଏସଟି ଦେୟ ପ୍ରଦାନ ପାଇଁ ଦୁଇ ବିକଳ୍ପ ବ୍ୟବସ୍ଥା ରଖିଲା କେନ୍ଦ୍ର

ଜିଏସଟି ଦେୟ ପ୍ରଦାନ ପାଇଁ ଦୁଇ ବିକଳ୍ପ ବ୍ୟବସ୍ଥା ରଖିଲା କେନ୍ଦ୍ର

ଜିଏସଟି ଦେୟ ପ୍ରଦାନ ପାଇଁ ଦୁଇ ବିକଳ୍ପ ବ୍ୟବସ୍ଥା ରଖିଲା କେନ୍ଦ୍ର
ନୂଆଦିଲ୍ଲୀ : ରାଜ୍ୟ ମାନଙ୍କୁ ସେମାନଙ୍କର ଜିଏସଟି ଦେୟ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇଟି ସର୍ତ୍ତ ରଖାଯାଇଛି । ଆରବିଆଇ ଏବଂ ଜିଏସଟି କାଉନସିଲ୍ ମଧ୍ୟରେ ଦୀର୍ଘ ୭ ଦିନ ଧରି ବୈଠକ ଅନୁଷ୍ଠିତ ହେବା ପରେ ଏହି ଦୁଇଟି ପସ୍ତାବ ଦିଆଯାଇଛି । ବିତ୍ତ ସଚିବ ଅଜୟ ଭୂଷଣ ପାଣ୍ଡେଙ୍କ ନେତୃତ୍ୱରେ ବୈଠକ ପରେ ଏହି ପ୍ରସ୍ତାବ ଉପରେ ବିଚାର କରିବା ପାଇଁ ରାଜ୍ୟ ମାନଙ୍କୁ ୭ ଦିନର ସମୟ ମଧ୍ୟ ଦିଆଯାଇଛି । ପ୍ରଥମ ପ୍ରସ୍ତାବ ଅନୁଯାୟୀ ଜିଏସଟି କାଉନସିଲ୍ ଆରବିଆଇ ନିକଟରୁ ୯୭ ହଜାର କୋଟିର ଋଣ ଆଣି ରାଜ୍ୟ ମାନଙ୍କୁ ପ୍ରଦାନ କରିବ । ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟ ମାନେ ଏହି ଅର୍ଥ ପରିଶୋଧ କରିବେ । ତେବେ ଦ୍ୱିତୀୟ ପ୍ରସ୍ତାବ ଅନୁଯାୟୀ ରାଜ୍ୟମାନେ ନିଅଣ୍ଟିଆ ଜିଏସଟି ଖର୍ଚ୍ଚ ୨ ଲକ୍ଷ ୩୫ ହଜାର କୋଟି ରାଜ୍ୟ ମାନେ ବହନ କରିବେ । ରାଜ୍ୟ ମାନଙ୍କ ପ୍ରତିକ୍ରିୟା ପରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ।