ୟୁପି ମଦ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ୟୁପି ମଦ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ୟୁପି ମଦ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି
ଲକ୍ଷ୍ନୌ : ଉତରପ୍ରଦେଶ ବାରବାଙ୍କି ଜିଲ୍ଲାର ରାମନଗର ଅଂଚଳରେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମୃତ୍ୟୁସଂଖ୍ୟା ବୁଧବାର ୨୦କୁ ବୃଦ୍ଧି ପାଇଛି । ୩୦ରୁ ଅଧିକ ଅସୁସ୍ଥ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ତାଙ୍କୁ ଧରିବା ଲାଗି ପୁଲିସ ୨୦ ହଜାର ଟଙ୍କା ର ପୁରସ୍କାର ରାଶି ଘୋଷଣା କରିଛି । ଗିରଫ ଅଭିଯୁକ୍ତଙ୍କ ମଧରୁ ପପୁ ଜୟସ୍ୱାଲ ନାମକ ବ୍ୟକ୍ତି ଉକ୍ତ ଦେଶୀ ଦୋକାନରେ ସେଲ୍ସମ୍ୟାନ ଭାବେ କାର୍ଯ୍ୟ କରୁଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ତଦନ୍ତ ପୂର୍ବକ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅବକାରୀ ବିଭାଗ ପ୍ରମୁଖ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି ।