ଜାଣନ୍ତୁ କାହିଁକି ଭାରତରେ କମ ରହିଛି କରୋନା ମୃତ୍ୟୁହାର

ଜାଣନ୍ତୁ କାହିଁକି ଭାରତରେ କମ ରହିଛି କରୋନା ମୃତ୍ୟୁହାର

ଜାଣନ୍ତୁ କାହିଁକି ଭାରତରେ କମ ରହିଛି କରୋନା ମୃତ୍ୟୁହାର
ପ୍ରୟାଗରାଜ : କୋଭିଡ-୧୯ ରୋଗରେ ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ତୁଳନାରେ ଭାରତରେ ମୃତୁ୍ୟହାର କମ ରହିବାର କାରଣ ବାରଣାସୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା୨ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି । ପ୍ରଫେସର ଜ୍ଞାନେଶ୍ୱର ଚୌବେଙ୍କ ନେତୃତ୍ୱରେ ୬ଟି ଅନୁଷ୍ଠାନର ଜୈବ ବିଶେଷଜ୍ଞଙ୍କୁ ନେଇ ଗଠିତ ଗବେଷକମଣ୍ଡଳୀ ବିଭିନ୍ନ ମହାଦେଶର ଜନବସତିରୁ ସଂଗୃହୀତ ଏସିଇ-୨ ବଂଶାନୁକ୍ରମିକ ଜୈବ ଉପାଦାନର ତଥ୍ୟକୁ ବିଶ୍ଳେଷଣ କରି ଏହି ନିର୍ୟାସ ପାଇପାରିଛନ୍ତି । ଭାରତୀୟଙ୍କ ବଂଶାନୁକ୍ରମିକ ଏକକ (ଜିନ) ହିଁ ସେମାନଙ୍କ କରୋନା ଭୂତାଣୁର ଶିକାର ବଞ୍ଚାଇପାରିଛି । ଗବେଷକମାନେ ଏକ ସମ୍ଭାବ୍ୟ ଆଣବିକ ଜୈବିକ ବିଶ୍ଳେଷଣ ବ୍ୟାଖ୍ୟା କରିବାରେ ସମର୍ଥ ହୋଇଛନ୍ତି । ସେମାନେ ଇରାନୀୟ ଇରୋପୀୟ ଓ ଆମେରିକୀୟଙ୍କ ପରି ୟୁରୋପୀୟ ବଂଶଜମାନେ କାହିଁକି ଭାରତ ତଥା ପୂର୍ବ ଏସିଆର ଲୋକଙ୍କ ଅପେକ୍ଷା କରୋନା ଭୂତାଣୁର ଅଧିକ ଶିକାର ହେଉଛନ୍ତି ବୋଲି ଦର୍ଶାଇଛନ୍ତି ।