ଜଳଖିଆ ପୂର୍ବରୁ ବ୍ୟାୟାମ

ଜଳଖିଆ ପୂର୍ବରୁ ବ୍ୟାୟାମ

ଜଳଖିଆ ପୂର୍ବରୁ ବ୍ୟାୟାମ
ଖାଦ୍ୟପେୟ ଓ ବ୍ୟାୟାମ ରୁଟିନ୍ରେ ପରିବର୍ତ୍ତନ ଦ୍ୱାରା ବ୍ୟକ୍ତି ନିଜ ରକ୍ତ ସର୍କରା ସ୍ତରକୁ ଠିକ୍ାରେ ନିୟନ୍ତ୍ରଣ କରିପାରିବ । ଏକ ସଦ୍ୟ ଅଧ୍ୟୟନ ଏହା ଦାବି କରିଛି । ୬ ସପ୍ତାହର ଏହି ଅଧ୍ୟୟନରେ ୩୦ ପୁରୁଷ ସାମିଲ ହୋଇଥିଲେ । ସେମାନଙ୍କୁ ମେଦବହୁଳ ବା ଅତିରିକ୍ତ ଓଜନ ବିଶିଷ୍ଟ ବିଭାଗରେ ରଖାଗଲା । ଗୋଟିଏ ଦଳ ବ୍ୟାୟାମ ପୂର୍ବରୁ ଓ ପରେ ଜଳଖିଆ ଖାଇଥିଲେ । ଅନ୍ୟ ଦଳର ଜୀବନଶୈଳୀରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଅଧ୍ୟୟନ ଅନୁସାରେ, ଯେଉଁମାନେ ଜଳଖିଆ ଖାଇବା ପୂର୍ବରୁ ବ୍ୟାୟାମ କରିଥିଲେ ଜଳଖିଆ ଖାଇବା ପରେ ବ୍ୟାୟାମ କରିଥିବା ବ୍ୟକ୍ତିଙ୍କ ତୁଳନାରେ ସେମାନଙ୍କର ଶରୀରରୁ ଦୁଇ ଗୁଣ ଚର୍ବି ହ୍ରାସ ପାଇଥିଲା । ଏହି ଅଧ୍ୟୟନ କେବଳ ପୁରୁଷଙ୍କ କାର୍ଯ୍ୟକଳାପ ଉପରେ ଫୋକସ କରିଥିଲା । ପରେ ମହିଳାଙ୍କ ଉପରେ ଏ ନେଇ ଅଧ୍ୟୟନ ହୋଇପାରେ । ଅଧ୍ୟୟନରେ ଓଜନ ହ୍ରାସରେ ପାର୍ଥକ୍ୟ ଦେଖାଯାଇନଥିଲା । ବରଂ ପ୍ରତିଯୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥିଲା । କାରଣ ସେମାନଙ୍କ ଶରୀର ଇନସୁଲିନ ପ୍ରତିକି୍ରୟା ନିମିତ୍ତ ଅଧିକ ସମର୍ଥ ହୋଇଥିଲା । ଏଥିସହ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରଖିବାରେ ସହାୟକ ହେବା ସହ ମଧୁମେହ ଓ ହୃଦରୋଗ ଆଶଙ୍କା ହ୍ରାସରେ ମଧ୍ୟ ପ୍ରଭାବଶାଳୀ ଥିଲା ।