ନିଦରେ ବିଳିବିଳି ହୋଉଥିଲେ...

ନିଦରେ ବିଳିବିଳି ହୋଉଥିଲେ...

ନିଦରେ ବିଳିବିଳି ହୋଉଥିଲେ...
ପ୍ରତି ୧୫ଜଣରେ ୪ ଜଣ ବ୍ୟକ୍ତି ନିଦରେ ବିଳିବିଳି ହୋଇଥାନ୍ତି ବୋଲି ନିକଟରେ ହୋଇଥିବା ସର୍ବେକ୍ଷଣରୁ ଜଣାପଡିଛି । ତେବେ ଡାକ୍ତରଙ୍କ ମତରେ ଏହା ସେଭଳି ଗମ୍ଭୀର ସମସ୍ୟା ନୁହେଁ । ନିଦରେ ଗପୁଥିଲେ ଡାକ୍ତରୀ ଭାଷାରେ ତାହା ନିଦ୍ରାଳାପ ନାମରେ ଜଣାଯାଏ । ଏଇ ରୋଗୀମାନେ ନିଦ ଭାଙ୍ଗିବା ପରେ ମନେ ପକାଇପାରନ୍ତି ନାହିଁ ଯେ ନିଦରେ ସେମାନେ କଣ ଗପୁଥିଲେ ବୋଲି? କେତେକ ବର୍ଗର ନିଦ୍ରାଳାପ ରୋଗୀ ଅଜବ ଭାଷାରେ ବିଳିବିଳି ହେଉଥିବାର ଦେଖାଯାଇଛି । ନିଦରେ ଗପିଲାବେଳେ ସେମାନଙ୍କ ଭାଷା ମଧ୍ୟ ସ୍ପଷ୍ଟ ଶୁଭିନଥାଏ । - ଏଥିରୁ ବର୍ତିବାକୁ ଚାହୁଥିଲେ, ଦୈନିକ ଯଥା ସମୟରେ ଶୋଇବାର ଅଭ୍ୟାସ କରନ୍ତୁ । ୭-୮ ଘଂଟା ଶୋଇବା ଉଚିତ । - ଇିଳମ୍ବିତ ରାତି ଯାଏଁ ଟିଭି ଦେଖି ଶୋଉଥିବା ଲୋକଙ୍କଠାରେ ଏଇ ସମସ୍ୟା ସବୁଠୁ ଅଧିକ ଦେଖାଯାଏଁ । - ନିଶା ସେବନ କରୁଥିଲେ ତାହା ସମ୍ପର୍ଣ୍ଣ ଭାବେ ବନ୍ଦ କରିବା ଉଚିତ । - ଶାରୀରିକ ଓ ମାନସିକ ଚାପରୁ ଦୂରେଇ ରହିଲେ ଏଇ ସମସ୍ୟା ମଧ୍ୟ ସମୟକ୍ରମେ ବନ୍ଦ ହୋଇଯିବ ।