କାଶ, ଜ୍ୱର ନଥିଲେ ବି ସାବଧାନ…ଜାଣନ୍ତୁ କରୋନାର ନୂଆ ଲକ୍ଷଣ

କାଶ, ଜ୍ୱର ନଥିଲେ ବି ସାବଧାନ…ଜାଣନ୍ତୁ କରୋନାର ନୂଆ ଲକ୍ଷଣ

କାଶ, ଜ୍ୱର ନଥିଲେ ବି ସାବଧାନ…ଜାଣନ୍ତୁ କରୋନାର ନୂଆ ଲକ୍ଷଣ

ନୂଆଦିଲ୍ଲୀ: ଦେଶରେ ଏବେ ପ୍ରତିଦିନ ଏକ ଲକ୍ଷରୁ ଅଧିକ କରୋନାର ନୂଆ ମାମଲା ସାମ୍ନାକୁ ଆସୁଛି । କାଶ, ଜ୍ୱର, ସ୍ୱାଦ ଏବଂ ଘ୍ରାଣ ଶକ୍ତି ହରାଇବା ଏହି ମାରାତ୍ମକ ମହାମାରୀର ସାଧାରଣ ଲକ୍ଷଣ ଥିଲା । ଏବେ କିନ୍ତୁ ଏସବୁ ଲକ୍ଷଣ ନଥାଇ ବି ଲୋକେ କରୋନାରେ ଆକ୍ରାନ୍ତ ହେଉଛନ୍ତି ।  କରୋନାର ନୂଆ ଷ୍ଟ୍ରେନ ତା’ର ଏବେ ନୂଆ ଲକ୍ଷଣ ଦେଖାଉଛି । ସାମ୍ନାକୁ ଆସିଛି ଏହି କିଲର ଭାଇରସର ନୂଆ ରୂପ, ଯାହା ପୂର୍ବ ଲକ୍ଷଣଠାରୁ ପୂରାପୁରି ଭିନ୍ନ । ନିକଟରେ ହୋଇଥିବା ଏକ ଅଧ୍ୟୟନ ମୁତାବକ, ଏବେ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଆଖି ନାଲି ପଡିବା ସହ ଫୁଲି ଯାଉଛି । ଏଥିସହ ଆଖିରୁ ଲଗାତର ପାଣି ବାହାରିବା ଭଳି ସମସ୍ୟା ଦେଖାଦେଉଛି । ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଅଡିଓଲୋଜିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ର ନୂଆ ଷ୍ଟ୍ରେନ୍ କାନ ସମସ୍ୟା ସୃଷ୍ଟି କରୁଛି। ଅଧ୍ୟୟନରେ ପ୍ରାୟ ୫୬ ପ୍ରତିଶତ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ପରିଲକ୍ଷିତ ହୋଇଛି ।  ଯଦି ଆପଣ ମଧ୍ୟ ଏପରି କୌଣସି ସମସ୍ୟା ଅନୁଭବ କରୁଛନ୍ତି ତେବେ ଏହା କରୋନା ଜୀବାଣୁର ଏକ ନୂଆ ସଙ୍କେତ ହୋଇପାରେ । 

କେବଳ ସେତିକି ନୁହେଁ ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ।  କରୋନର ଏହି ନୂଆ ଷ୍ଟ୍ରେନରେ ପାକସ୍ଥଳି ସହ ଜଡିତ ସମସ୍ୟା ମଧ୍ୟ ଉତ୍ପନ୍ନ ହେଉଥିବା ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ।  ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ କେବଳ ଶ୍ୱାସକ୍ରିୟା ଜନିତ ସମସ୍ୟା ରହୁଥିଲା, କିନ୍ତୁ ଏବେ ପେଟ ଜନିତ ସମସ୍ୟା ମଧ୍ୟ ସାମ୍ନାକୁ ଆସୁଛି ।  ଏହି ଷ୍ଟ୍ରେନ୍‌ରେ ସଂକ୍ରମିତ ବ୍ୟକ୍ତି ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ଏବଂ ହଜମ ପ୍ରକ୍ରିୟାରେ ଅସୁବିଧା ଅନୁଭବ କରୁଛନ୍ତି ।

କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ନ୍ୟୁରୋଲଜିକାଲ ଡିସଅର୍ଡର ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି ।  medRxivର ଏକ ରିପୋର୍ଟ ମୁତାବକ, ଦୀର୍ଘ ସମୟ ଧରି କରୋନାରେ ଆକ୍ରାନ୍ତ ହୋଇ ରହିଥିବା ରୋଗୀଙ୍କ ଠାରେ ମାନସିକ ବିକୃତ ସମସ୍ୟା ମଧ୍ୟ ଉତ୍ପନ୍ନ ହେଉଥିବା ଦାବି କରାଯାଇଛି ।  JAMAରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେବା ପରେ ରୋଗୀଙ୍କ ହାର୍ଟ ବିଟ୍‌ ବଢ଼ି ଯାଉଥିବା କୁହାଯାଉଛି ।