ଋଷ ଓ ଜାପାନ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଋଷ ଓ ଜାପାନ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଋଷ ଓ ଜାପାନ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଋଷ ଓ ଜାପାନ ଗସ୍ତରେ ଯାଇଛନ୍ତି । ଗତ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷର ଭ୍ଲାଡିଭୋଷ୍ଟୋକ ଇକୋନୋମିକ ଫୋରମ ବୈଠକରେ ଯୋଗ ଦେଇଥିଲେ । ଶ୍ରୀ ପ୍ରଧାନ ଭ୍ଲାଡିଭୋଷ୍ଟୋକରେ ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ହୋଇଥିବା ଆଲୋଚନାକୁ ଆଗେଇ ନେବା ପାଇଁ ପଦକ୍ଷେପ ନେବାର କାର୍ଯ୍ୟକ୍ରମ ରହିଛି । ଋଷର ବିଭିନ୍ନ ବିଭାଗ ମନ୍ତ୍ରୀଗଣ, ବରିଷ୍ଠ ଅଧିକାରୀ ଓ ବ୍ୟବସାୟୀ ଗୋଷ୍ଠୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସାକ୍ଷର ରହିଛି । ବିଭିନ୍ନ ସ୍ଥାନକୁ ଯାଇ ସେ ବ୍ୟବସାୟିକ ସମ୍ଭାବନା ଉପରେ ଆଲୋଚନା କରିବେ । ଜେଭେଡାର ଜାହାସ ପ୍ରସ୍ତୁତି ପ୍ରକଳ୍ପ, ଋଷର ପୂର୍ବାଞ୍ଚଳର ତୈଳ ଓ ଗ୍ୟାସ ପ୍ରକଳ୍ପ ବୁଲି ଦେଖିବା ସହ କକିଂ ଡୋଲ ଓ ପରିବହନ ପଥ ସମ୍ପର୍କରେ ଆଲୋଚନା ସହ ବିଭିନ୍ନ ବ୍ୟବସାୟିକ ସମ୍ଭାବନା ସମ୍ପର୍କରେ ମନ୍ତ୍ରୀ ପଦକ୍ଷେପ ନେଇପାରନ୍ତି । ଓଏନଜିସି ଗ୍ୟାସ କ୍ଷେତ୍ରରେ ଋଷର ସାଖାଲିନ-୧ ପ୍ରକଳ୍ପରେ ଭାରତ ସବୁଠୁ ବଡ଼ ଏକକ ପୁଞ୍ଜିନିବେଶ କରିଛି । ଏହି ପ୍ରକଳ୍ପର ଅଗ୍ରଗତି ଏବଂ ଓଏନଜିସିର ଭୂମିକା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିବେ । ଜାପାନର ଅର୍ଥନୀତି, ବ୍ୟବସାୟ ଓ ଶିଳ୍ପ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୨୫ ଓ ୨୬ ଅକ୍ଟୋବର କେନ୍ଦ୍ରମନ୍ତ୍ରୀ ଦୁଇ ଦିନ ଟୋକିଓ ଗସ୍ତରେ ଯିବେ । ଟୋକିଓରେ ବିଶ୍ୱ ଇସ୍ପାତ ସମ୍ମିଳନୀରେ ଯୋଗ ଦେବେ । ଭାରତ ଓ ଜାପାନ ମଧ୍ୟ ଶକ୍ତି କ୍ଷେତ୍ରରେ ସହଯୋଗ ନେଇ ଜାପାନର ଶକ୍ତି ମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଭାରତ ସରକାରଙ୍କ ପ୍ରାଥମିକତା ଦୃଷ୍ଟିକୋଣରୁ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।