ଚର୍ଚ୍ଚାରେ ରାଇମୋହନ

ଚର୍ଚ୍ଚାରେ ରାଇମୋହନ

ଚର୍ଚ୍ଚାରେ ରାଇମୋହନ
‘କୋଟିଏ ମଣିଷ ଗୋଟିଏ ଜଗା’ ହେଉ କିମ୍ବା ଉଦଣ୍ଡୀ ସୀତା ଅବା ‘ସତ ମିଛ’ ସବୁ ଚରିତ୍ରରେ ଖଳନାୟକ ଭାବେ ଦର୍ଶକଙ୍କୁ ଛୁଇଁ ଆସିଛନ୍ତି ରାଇମୋହନ ପରିଡ଼ା । ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟର ଶିକ୍ଷାପ୍ରାପ୍ତ ରାଇ ଏବେ ଚର୍ଚ୍ଚାରେ ଅଛନ୍ତି ନୂଆ ଚିତ୍ର ମିଷ୍ଟର ମଜନୁ’ କୁ ନେଇ । ଗତ ପୂଜା ଅବସରରେ ପ୍ରେକ୍ଷାଳୟକୁ ଆସିଥିବା ତରଙ୍ଗର ଏହି ଚିତ୍ରରେ ରାଇ ଦର୍ଶକଙ୍କୁ ଭିନ୍ନ ଚରିତ୍ରରେ ସାମ୍ନା କରିଛନ୍ତି । ନାୟିକାର ଭାଈ ଭାବେ ସେ ଚମକ୍ରାର ଅଭିନୟ କରି ଦର୍ଶକଙ୍କ ମନ ଜିଣୁଛନ୍ତି । ପୁଣି ଭଣଜା ବାବୁ ଶାନଙ୍କୁ ମାଡ଼ ଦେଇ ସେ ମଧ୍ୟ ପ୍ରଶଂସା ସାଉଁଟୁଛନ୍ତି । ପ୍ରଥମ କରି ସେ ତରଙ୍ଗରେ ପ୍ରବେଶ କରିଥିବା ବେଳେ ନିଦେ୍ର୍ଧଶକ ଅଶୋକ ପତିଙ୍କ ସହ କାର୍ଯ୍ୟ କରି ଖୁସ୍ ବୋଲି ମତବ୍ୟକ୍ତ କରିଛନ୍ତି । ଉଭୟ ଯଲିଉଡ଼ ଓ ଓଲିଉଡ଼ରେ ବାଜିମାତ କରୁଥିବା ରାଇ ଚଳିତ ଯାତ୍ରା ଋତୁରେ ଯାତ୍ରା ନନ୍ଦନ କାନନ ମଧୁବାସନ୍ତୀ ଗଣନାଟ୍ୟର ମୁଖ୍ୟ ଆକର୍ଷଣ ସାଜିଛନ୍ତି । ତାଙ୍କ ଅଭିନୀତ ନିଦେ୍ର୍ଧଶିତ ନାଟକ ‘ମୋଷ୍ଟ ୱାଣ୍ଟେଡ୍ ରାଇମୋହନ’ ତାଙ୍କୁ ଚର୍ଚ୍ଚାରେ ରଖିଛି ।