ଚୀନ୍ରେ ଫେରିଲା ଲକ୍ଡାଉନ୍, ୧.୩ କୋଟି ଲୋକ ବନ୍ଦ ରହିବେ
ଚୀନ୍ରେ ଫେରିଲା ଲକ୍ଡାଉନ୍, ୧.୩ କୋଟି ଲୋକ ବନ୍ଦ ରହିବେ

ବେଜିଂ: ଚୀନ୍କୁ ଫେରିଛି ଲକ୍ଡାଉନ୍। ସଂକ୍ରମଣ ବଢ଼ିବା ପରେ ଏପରି କଟକଣା ଆରମ୍ଭ କରାଯାଇଛି। ମୋଟ ସଂକ୍ରମଣ ମାମଲା ୧ ଲକ୍ଷ ପାର୍ (୧,୦୦,୫୪୪) କରିଯାଇଛି । ସାଙ୍କ୍ସି ପ୍ରଦେଶର ଜିଆନ୍ ସହରରେ ଅଧିକ ରୋଗୀ ବଢ଼ିବା ପରେ ସରକାର ଏଠାରେ ଲକ୍ଡାଉନ୍ ନୀତି ଆପଣାଇଛନ୍ତି । ସହରର ପାଖାପାଖି ୧.୩ କୋଟି ଲୋକ ଏଣିକି କିଛି ଦିନ ପର୍ୟ୍ୟନ୍ତ ଘରେ ବନ୍ଦ ରହିବେ ବୋଲି ଚୀନ୍ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଭୂତାଣୁ ମହାମାରୀ ଆରମ୍ଭ ବେଳେ ୱୁହାନ୍ ସହର ଯେମିତି ବନ୍ଦ ହୋଇପଡ଼ିଥିଲା, ସେମିତି ଜିଆନ୍ ସହରରେ ଲକ୍ଡାଉନ୍ କଟକଣା କଡ଼ାକଡ଼ି କରାଯାଇଛି ।
ଜିଆନ୍ ସହରର ଅଧିକାରୀମାନେ ଦର୍ଶାଇଛନ୍ତି ଯେ ଗତ ୧୦ ଦିନରେ ଏଠାରେ ୧୪୦ରୁ ଅଧିକ ମାମଲା ଚିହ୍ନଟ କରାଯାଇଛି । ‘ଶୂନ କୋଭିଡ’ ରଣନୀତି ନେଇ ଚୀନ୍ ସରକାର ଆଗକୁ ବଢ଼ୁଥିବାରୁ ୧୪୦ ନୂଆ ମାମଲା ସୃଷ୍ଟି ହେବାରୁ ନିଦ ହଜିଯାଇଛି । ଜିଆନ୍ ସହରରେ ଶୂନ କରୋନା ରଣନୀତି ଆପଣାଇବା ଉଦ୍ଦେଶ୍ୟରେ କଠୋର ଲକ୍ଡାଉନ୍ ଲାଗୁ କରାଯିବା ସହ ମାସ୍ ଟେଷ୍ଟିଙ୍ଗ୍ ଉପରେ ଫୋକସ୍ କରାଯାଇଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଖୋଜି ଖୋଜି କ୍ୱାରେଣ୍ଟାଇନ୍ କରାଯାଉଛି ।