ଯବାନଙ୍କ ଗୁଳିରେ ଆତଙ୍କୀ ନିପାତ
ଯବାନଙ୍କ ଗୁଳିରେ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁକଶ୍ମୀର ଅନନ୍ତନାଗ ମୁମାନହାଲ ଅରୱାନୀ ଅଞ୍ଚଳରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଛି। ସକାଳୁ ଅନନ୍ତନାଗ ଅଞ୍ଚଳରେ ଜାରି ଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ଜଣେ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବଳୟ। ଏନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଲଚିଥିବା ନେଇ ସୂଚନା ପାଇଥିଲେ । ଏହାପରେ କଶ୍ମୀର ପୋଲିସ, ସେନା ଓ ସିଆରପିଏଫର ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଖୁବ ଶୀଘ୍ର ଆତଙ୍କୀଙ୍କୁ ଠାବ କରି ନେଇଥିଲେ ସୁରକ୍ଷାବାହିନୀ । ଉଭୟ ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ ଜଣେ ଆତଙ୍କୀ ନିପାତ ହୋଇଛି । ମୃତ ଆତଙ୍କବାଦର ପରିଚୟ ମିଳି ପାରିନାହିଁ । ଘଟଣାସ୍ଥଳରେ ଏକ-୪୭, ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ ।
ପ୍ରକାଶ ଥାଉ କି ଦୁଇମାସ ଭିତରେ ଅନେକ ଆତଙ୍କୀଙ୍କ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ ।