ଚିଟଫଣ୍ଡ ଲିଙ୍କ୍: ପୂର୍ବତନ ବିଧାୟକ ଗିରଫ

ଚିଟଫଣ୍ଡ ଲିଙ୍କ୍: ପୂର୍ବତନ ବିଧାୟକ ଗିରଫ

ଚିଟଫଣ୍ଡ ଲିଙ୍କ୍: ପୂର୍ବତନ ବିଧାୟକ ଗିରଫ


ଭୁବନେଶ୍ୱର: ଚିଟଫଣ୍ଡ ଲିଙ୍କ୍ ମାମଲାରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ୟ) । ୱାଇଏସଆର କଂଗ୍ରେସ ପାର୍ଟିର ପୂର୍ବତନ ବିଧାୟକ ମଲ୍ଲ ବିଜୟପ୍ରସାଦଙ୍କୁ ଓଡ଼ିଶା କ୍ରାଇମବ୍ରାଂଚର ଇଓଡବ୍ଲୁ୍ୟ ବିଶାଖାପାଣାରୁ ଗତକାଲି ରାତିରେ ଗିରଫ କରିଛି । ତାଙ୍କ ବିରୋଧରେ ୨୦୧୯ରେ ଓଡ଼ିଶାରେ ଚିଟଫଣ୍ଡ ଠକେଇ ନେଇ ମାମଲା ହୋଇଥିଲା ।

 ସୋମବାର କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବଂ ବିଶାଖାପାଟଣା ପୁଲିସ ମିଳିତ ଭାବେ ଭାଇଜାଗ ସ୍ଥିତ ଏମ୍‌ଭି ପ୍ରସାଦଙ୍କ ଘରେ ରେଡ୍‌ କରିଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଏଥିସହ ପ୍ରାୟ ୪୫ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ। ଏମ୍.ଭି. ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନି ନାଁରେ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଆଦି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି! ତାଙ୍କୁ ପଚରାଉଚରା ପାଇଁ ଓଡ଼ିଶା ଅଣାଯାଇପାରେ।