ଅନ୍ଧ ବିଶ୍ବାସ; ବର୍ଷା ପାଇଁ କିଶୋରୀମାନଙ୍କୁ ଉଲଗ୍ନ କରି ବୁଲାଇଲେ
ଅନ୍ଧ ବିଶ୍ବାସ; ବର୍ଷା ପାଇଁ କିଶୋରୀମାନଙ୍କୁ ଉଲଗ୍ନ କରି ବୁଲାଇଲେ
ମଧ୍ୟପ୍ରଦେଶ: ଏବେ ବି ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇନି। ବର୍ଷା ପାଇଁ କେଉଁଠି ବେଙ୍ଗ ବେଙ୍ଗୁଲୀ ବାହାଘର ହେଉଛି ତ କେଉଁଠ ଇନ୍ଦ୍ର ପୂଜା ହେଉଛି। ହେଲେ ମଧ୍ୟପ୍ରଦେଶରେ ଏକ ଘଟଣା ସବୁ ଅନ୍ଧବିଶ୍ବାସକୁ ଟପିଯାଇଛି। ଗ୍ରାମାଞ୍ଚଳରେ ଲୋକମାନେ ପ୍ରଚୁର ବର୍ଷା ପାଇଁ କିଶୋରୀମାନଙ୍କୁ ଉଲଗ୍ନ କରି ଘରକୁ ଘର ବୁଲାଉଛନ୍ତି। ଅନ୍ଧବିଶ୍ୱାସ ରହିଛି ଯେ ଏଭଳି କଲେ ପ୍ରଚୁର ବର୍ଷା ହେବ ଏବଂ ମରୁଡ଼ି ଦାଉରୁ ରକ୍ଷା ମିଳିବ । ଦାମୋ ଜିଲ୍ଲାର ଜେବେରା ବ୍ଲକ ବଣିଆ ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି । କିଶୋରମାନେ ଉଲଗ୍ନ ହୋଇ କାନ୍ଧରେ ଭାରି ମୂଷଳ ଧରିଥାନ୍ତି। ସେମାନଙ୍କ ସହ ପରିବାର ସଦସ୍ୟମାନେ ଭଜନ ଗାଇ ଗାଇ ଘରକୁ ଘର ବୁଲି ଲୋକଙ୍କଠାରୁ ଅଟା, ଡାଲି ଏବଂ ମୁଖ୍ୟ ଖାଦ୍ୟ ଆଦି ମାଗିଥାନ୍ତି । ଏଥିରୁ ସଂଗୃହୀତ ସାମଗ୍ରୀକୁ ଗ୍ରାମରେ ଥିବା ମନ୍ଦିରର ରୋଷେୟାଙ୍କୁ ଦିଆଯାଏ । ଏହି ସମୟରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହିବାକୁ ବାଧ୍ୟ । ଏଭଳି ଧାର୍ମିକ ସଂସ୍କାର କରାଗଲେ ପ୍ରଚୁର ପରିମାଣରେ ବର୍ଷା ହେବ ଏବଂ ମରୁଡ଼ି ଦାଉରୁ ରକ୍ଷା ମିଳିବ ବୋଲି ଗ୍ରାମବାସୀଙ୍କର ଏବେ ବି ଅନ୍ଧବିଶ୍ୱାସ ରହିଛି । ପ୍ରତିବର୍ଷ ଗ୍ରାମବାସୀମାନେ ଏଭଳି କରିଥାନ୍ତି ।




admin 