ଚାଷୀଙ୍କ ଆକାଉଂଟକୁ ଗଲା କାଳିଆ ଟଙ୍କା

ଚାଷୀଙ୍କ ଆକାଉଂଟକୁ ଗଲା କାଳିଆ ଟଙ୍କା

ଚାଷୀଙ୍କ ଆକାଉଂଟକୁ ଗଲା କାଳିଆ ଟଙ୍କା
ଭୁବନେଶ୍ୱର: ରାଜ୍ୟରେ ଚାଷୀଙ୍କ ଆକାଉଂଟକୁ କାଳିଆ ଟଙ୍କା ଗଲା । ଓଡିଶାର ୩୪ ଲକ୍ଷ ଚାଷୀଙ୍କ ଆକାଉଂଟକୁ ୬୯୩.୯୪ କୋଟି ଟଙ୍କା ଦିଆଯାଇଛି । ରବି ଋତୁ ପାଇଁ ଚାଷୀଙ୍କ ଆକାଉଂଟକୁ ଟଙ୍କା ପଠାଗଲା । ପ୍ରତି ଚାଷୀଙ୍କ ଆକାଉଂଟକୁ ୨ ହଜାର ଲେଖାଏ ଟଙ୍କା ଯାଇଛି । କାଳିଆ ଟଙ୍କା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପିପିଲି ଉପନିର୍ବାଚନ ଯୋଗୁଁ ପୁରୀ ଜିଲ୍ଲାକୁ ବାଦ୍ ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାଳିଆ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ, ଚାଷୀର ତ୍ୟାଗ ଓ ସ୍ୱାଭିମାନ ଓଡିଶାର ସ୍ୱାଭିମାନ ବୃଦ୍ଧି କରିଛି । ଓଡିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି । କୋଭିଡ ସମୟରେ ଚାଷୀ ଭାଇ ଆମ ଅର୍ଥନୀତିକୁ ରକ୍ଷା କରିଛନ୍ତି । ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଉ ନ ପାରେ ବୋଲି ନବୀନ କହିଛନ୍ତି ।