ଚାପି ହୋଇଗଲେ ଶହେରୁ ଅଧିକ ଶିଶୁ, ମହିଳା ଆଉ ପୁରୁଷ
ଯାତ୍ରା ଆରମ୍ଭ ପୂର୍ବରୁ ଘଟିଗଲା ବଡ ଅଘଟଣ ଯାତ୍ରା ଦେଖା ପାଲଟିଥାନ୍ତା ଶେଷଯାତ୍ରା ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଗଲେ ଏକାଧିକ ଦର୍ଶକ

ଯାତ୍ରାପାର୍ଟିର ଏଣ୍ଟ୍ରି ଗେଟ୍ ସମୁଖରେ ନିର୍ମାଣ ହୋଇଥିବା ଉଚ୍ଚ ଲୁହାର ଏଣ୍ଟ୍ରି ଗେଟ୍ ଭୁଷୁଡି ଆହତ ହୋଇଛନ୍ତି ଶତାଧିକ ଦର୍ଶକ । ଏଭଳି ଅଘଟଣ ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ା ଶନିପଡ଼ିଆ ଠାରେ । ଆହତଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟଛୁଆ ଅଛନ୍ତି । ଆହତଙ୍କ ହାତ, ଗୋଡ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ଘଟଣା ମୁତାବକ ରାଇସୁଙ୍ଗୁଡ଼ା ଶନିପଡିଆ ଠାରେ ଶୁକ୍ରବାର ଠାରୁ ଯାତ୍ରାପାର୍ଟି ରାଜାରାଣୀ ତାହାର ଯାତ୍ରା ମଞ୍ଚସ୍ଥ କରୁଥିଲା । ଶନିବାର ଅର୍ଥାତ୍ ଦ୍ଵିତୀୟ ରଜନୀରେ ନାଟକ ମଞ୍ଚସ୍ଥ ପୂର୍ବରୁ ଘଟିଥିଲା ଏଭଳି ବଡ ଅଘଟଣ ।
ଦର୍ଶକଙ୍କ ଭିଡ ବି ପ୍ରବଳ ଥିଲା । ଦର୍ଶକମାନେ ଟିକେଟ ଯାଞ୍ଚ କରି ଯାତ୍ରା ସମ୍ମୁଖର ଉଚ୍ଚ ଲୁହାର ତୋରଣ ଗେଟ୍ ଦେଇ ଭିତରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ଲୁହା ତୋରଣଟି ଓଜନ ସଂଭାଳି ନପାରି ଭୁଷୁଡି ପଡ଼ିଥିଲା । ଅଧିକ ଦର୍ଶକ ଏକସଙ୍ଗେ ପ୍ରବେଶ କରିବା ଦ୍ୱାରା ଏଭଳି ଗେଟଟି ଭୁଷୁଡି ପଡ଼ିଥିବା କୁହାଯାଉଛି ।