ମନ୍ତ୍ରୀଙ୍କ ଘର ଭିତରକୁ ପଶୁଥିଲେ ନାଗଦେବ, ସୁରକ୍ଷାକର୍ମୀ ପ୍ରବେଶ କରାଇ ଦେଲେନି

ମନ୍ତ୍ରୀଙ୍କ ଘର ଭିତରକୁ ପଶୁଥିଲେ ନାଗଦେବ, ସୁରକ୍ଷାକର୍ମୀ ପ୍ରବେଶ କରାଇ ଦେଲେନି

ଗଣଶିକ୍ଷା ମନ୍ତ୍ରୀଙ୍କ ଘରେ ନାଗ ସାପ ।  4 ଫୁଟ ଲମ୍ବର ନାଗ ସାପ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ। ରାଜଭବନ ଛକରେ ଥିବା  VIIR-1 କ୍ୱାର୍ଟରରେ ରହୁଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ବାସ ଭବନରେ ଶନିବାର ସନ୍ଧ୍ୟା ବେଳେ ଏକ ବଡ ନାଗ ସାପ ପଶି ଯାଇଥିଲା । ସାପଟି ଫାଟକ ପଟୁ ପଶି ସିଧା ତାଙ୍କ ଘର ଆଡ଼କୁ ମାଡି ଯାଇଥିଲା । ସୁରକ୍ଷା କର୍ମୀ ଏବଂ ଘର ଲୋକେ ସାପକୁ ଦେଖି ଘଉଡାଇବାରୁ  ସାପଟି ପୁଣି ପଛେଇ ଆସି ଫାଟକ ପାର ହେବା ବେଳେ ଫାଟକ ତଳେ ପଡିଥିବା କାଓ କ୍ୟାଚର୍ ପାଇପ ଭିତରେ ପଶି ଯାଇଥିଲା । ସୁରକ୍ଷା କର୍ମୀ ପାଇପର ଉଭୟ ପାର୍ଶ୍ଵକୁ କାଗଜ ବିଣ୍ଡା ଦେଇ ବନ୍ଦ କରି, ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ବାଉଁଶ ଖେଞ୍ଚି ବାହାର କରିଥିଲେ । ଏହା ଏକ 4 ଫୁଟ ଲମ୍ବର ନାଗ ସାପ ବାହାରି ଥିଲା । ସାପଟିକୁ ଧରି ବ୍ୟାଗରେ ଭର୍ତ୍ତି କରିବା ପରେ ମନ୍ତ୍ରୀଙ୍କ ବାସ ଭବନ ଶାନ୍ତିରେ ନିଶ୍ବାସ ମାରିଥିଲା । ସାପଟିକୁ ଧରି ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।