ଗିରଫ ହେଲେ ୨୫ ଅମାନିଆ

ଗିରଫ ହେଲେ ୨୫ ଅମାନିଆ

ଭୁବନେଶ୍ୱର: କୋଭିଡ ନିୟମ ଓ ମାର୍ଗଦର୍ଶିକା ଉଲ୍ଲଂଘନ ଅଭିଯୋଗରେ ପୁଲିସ ୨୫ ଜଣ ଅମାନିଆଙ୍କୁ ଗିରଫ କରିଛି । ଏହାଛଡ଼ା ଗତ ୧୬ ତାରିଖରୁ ୧୭ ତାରିଖ ସକାଳ ମଧ୍ୟରେ ମୋଟ ୨୦ଟି ମାମଲା ରୁଜୁ କରାଯାଇଛି । ବିଭିନ୍ନ ଅଭିଯୋଗରେ ପୁଲିସ ୨୫ ଜଣଙ୍କୁ ଗିରଫ ମଧ୍ୟ କରିଛି । ପ୍ରକାଶ ଯେ, କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲା ଓ ଗୋଟିଏ ମହାନଗର ନିଗମରେ ୧୪ ଦିନିଆ ଲକଡ଼ାଉନ ନିୟମ ଲାଗୁ ହୋଇଛି। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲା ସହ ରାଉରକେଲା ମହାନଗର ନିଗମରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସହ ବୃଦ୍ଧି ପାଉଥିବାରୁ ଏହି କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏହି ସମସ୍ତ ସହରର ବିଭିନ୍ନ ଛକ ମାନଙ୍କରେ ପୁଲିସ ପକ୍ଷରୁ ଚେକିଂ କଡ଼ାକଡ଼ି କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଙ୍ଘନ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜୁଲାଇ ୩୧ ଯାଏଁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ଏହି ହଟସ୍ପଟ ପାଲଟିଥିବା ସହରମାନଙ୍କରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ସକାଳୁ ଖୋଲା ହୋଇଛି। ଲାଗୁ ହୋଇଥିବା ନିୟମ ଅନୁଯାୟୀ, ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ , କାର୍ୟ୍ୟାଳୟ, ଅନୁଷ୍ଠାନ ବନ୍ଦ ରହିବ।କ୍ଷୀର, ପରିବା, ତେଜରାତି ଦୋକାନ, ଆଦି ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ।