ଦୁର୍ନୀତି ସୁଯୋଗ ସୃଷ୍ଟି କରିଛି କରୋନା: ନିରଞ୍ଜନ

ଦୁର୍ନୀତି ସୁଯୋଗ ସୃଷ୍ଟି କରିଛି କରୋନା: ନିରଞ୍ଜନ

ଭୁବନେଶ୍ୱର: କରୋନାକୁ ନେଇ ଶନିବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କରୋନା ଅନେକ ଦୁର୍ନୀତି ପାଇଁ ସୁଯୋଗ ସୃଷ୍ଟି କରିଥିବା ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଦୁର୍ନୀତିଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀଙ୍କ ପାଇଁ କରୋନା ସମୟରେ ସୁଯୋଗ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଦୁର୍ନୀତିର ପର୍ଦ୍ଧାଫାସ ହୋଇଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କରୋନା ଯୋଦ୍ଧା ପାଇଁ କିଟ ଗାଇଡଲାଇନ ଅନୁଯାୟୀ କିଣାଯାଇନାହିଁ । ଜଣେ ବିଲଡର ଠାରୁ ଏହା କିଣାଯାଇଛି । ଯାହା ଅତ୍ୟନ୍ତ ଲଜ୍ଜାଜନକ କଥା ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।