୨୬୯୮ ନୂତନ ଆକ୍ରାନ୍ତଙ୍କ ସହିତ ୭୨ ହଜାର ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

୨୬୯୮ ନୂତନ ଆକ୍ରାନ୍ତଙ୍କ ସହିତ ୭୨ ହଜାର ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

୨୬୯୮ ନୂତନ ଆକ୍ରାନ୍ତଙ୍କ ସହିତ ୭୨ ହଜାର ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର : ଆଜି ରାଜ୍ୟରୁ ୨୬୯୮ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୧୬୭୫ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୦୨୩ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୭୧୮ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨୯, ବାଲେଶ୍ୱରରୁ ୧୦୨, ବରଗଡରୁ ୫୬, ଭଦ୍ରକରୁ ୮୯, ବଲାଙ୍ଗୀର ୭୧, ବୌଦ୍ଧରୁ ୧୧, କଟକରୁ ୨୦୭, ଦେବଗଡରୁ ୨, ଢେଙ୍କାନାଳରୁ ୨୭, ଗଜପତି ୫୮, ଗଞ୍ଜାମରୁ ୧୬୨, ଜଗତସିଂହପୁରରୁ ୨୧, ଯାଜପୁରରୁ ୮୦, ଝାରସୁଗୁଡାରୁ ୭୨, କଳାହାଣ୍ଡିରୁ ୪୯, କନ୍ଧମାଳ ୮୧, କେନ୍ଦ୍ରାପଡାରୁ ୮୯, କେନ୍ଦୁଝରରୁ ୨୧, ଖୋର୍ଦ୍ଧାରୁ ୪୭୫, କୋରାପୁଟରୁ ୧୪୬, ମାଲକାନଗିରିରୁ ୮୧, ମୟୁରଭଞ୍ଜରୁ ୧୨୮, ନବରଙ୍ଗପୁରରୁ ୯୧, ନୟାଗଡରୁ ୯୪, ନୂଆପଡାରୁ ୩, ପୁରୀରୁ ୮୭, ରାୟଗଡାରୁ ୧୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୩୧ ଏବଂ ସୁନ୍ଦରଗଡରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ଅତିକ୍ରମ କରିଥିବା ବେଳେ ୪୮୫୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬୯୯ରହିଛି ।