ଏହି ସବୁ ନିୟମ ନ ମାନିଲେ ଏଣିକି ବାତିଲ ହେବ ଡିଏଲ୍!

ଏହି ସବୁ ନିୟମ ନ ମାନିଲେ ଏଣିକି ବାତିଲ ହେବ ଡିଏଲ୍!

ଏହି ସବୁ ନିୟମ ନ ମାନିଲେ ଏଣିକି ବାତିଲ ହେବ ଡିଏଲ୍!
ଭୁବନେଶ୍ୱର : ଟ୍ରାଫିକ୍ ନିୟମ ନ ମାନି ବେପରୁଆ ଭାବରେ ଗାଡି ଚଳାଉଥିବା ବ୍ୟକ୍ତି ସାବଧାନ । ହୋଇପାରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ । ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏନେଇ ଏକ ନୂତନ ଗାଇଡଲାଇନ ଜାରି କରାଯାଇଛି । ନୂତନ ଗାଇଡ ଲାଇନ୍ ଅନୁଯାୟୀ ଯଦି କେହି ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡି ଚଳାନ୍ତି ଅଥବା ଟ୍ରାଫିକ ସିଗ୍ନାଲ ଭଙ୍ଗ କରନ୍ତି ତାଙ୍କର ଲାଇସେନ୍ସ ତିନି ମାସ ପାଇଁ ବାତିଲ କରାଯିବ । ଏହା ସହିତ ନିଶା ସେବନ କରି ଗାଡି ଚଳାଇଲେ କିମ୍ବା ଗାଡି ଚଲାଉଥିବା ସମୟରେ ଫୋନରେ କଥା ହେଲେ ସମାନ ଦଣ୍ଡର ବ୍ୟବସ୍ଥା କରିବା ପାଇଁ ଗାଇଡ ଲାଇନ୍ ଜାରି କରାଯାଇଛି ।