ଗାନ୍ଧୀ ପରିବାରକୁ ନେଇ କପିଲ୍‌ ସିବଲଙ୍କ ବିସ୍ଫୋରକ ବୟାନ

ଗାନ୍ଧୀ ପରିବାରକୁ ନେଇ କପିଲ୍‌ ସିବଲଙ୍କ ବିସ୍ଫୋରକ ବୟାନ

ଗାନ୍ଧୀ ପରିବାରକୁ ନେଇ କପିଲ୍‌ ସିବଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ: ଗାନ୍ଧୀ ପରିବାରକୁ ନେଇ ବରିଷ୍ଠ କଂଗ୍ରେସ ନେତା ବି‌ସ୍ଫୋରକ ବୟାନ ଦେଇଛନ୍ତି। ଏପରିକି ଗାନ୍ଧୀ ପରିବାର କଂଗ୍ରେସ ଗାଦିରୁ ହଟିଯିବା ଦରକାର ବୋଲି କହିଛନ୍ତି। କଂଗ୍ରେସ କାର୍ୟ୍ୟକାରୀ ବୈଠକରେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଦଳ ବିଶ୍ୱାସ ଜାରି କରିଥିଲେ ମଧ୍ୟ କପିଲ ସିବଲଙ୍କ ଏହି ବିସ୍ଫୋରକ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ୧

କଂଗ୍ରେସର ବିପର୍ୟ୍ୟୟ ପରେ ଏବେ ଦଳ ପକ୍ଷରୁ ମାନସ ମନ୍ଥନ ଚାଲିଛି। କାହିଁକି ହାରିଲା ଦଳ, ତାହାର କାରଣ ଖୋଜା ଚାଲିଛି। ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଗାନ୍ଧୀ ପରିବାର ସଦସ୍ୟଙ୍କୁ ପାର୍ଟି ନେତୃତ୍ୱ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ଦଳର ବରିଷ୍ଠ ନେତା କପିଲ ସିବଲ ।

 ସିବଲ କହିଛନ୍ତି, ଗାନ୍ଧୀ ପରିବାର କଂଗ୍ରେସର ଗାଦିରୁ ହଟିଯିବାର ଏହା ହେଉଛି ପ୍ରକୃତ ସମୟ।  ନିଜ ଇଚ୍ଛାରେ ସେମାନେ କ୍ଷମତାରୁ ଦୂରେଇ ଯିବା ଆବଶ୍ୟକ । ଗାଦି ଛାଡ଼ି ସେମାନେ ଜଣେ ନୂଆ ନେତା ପାଇଁ ରାସ୍ତା ପରିଷ୍କାର କରିବା ଉଚିତ । କାରଣ ତାଙ୍କ ଦ୍ୱାରା ଗଢ଼ା ଯାଇଥିବା ଟିମ୍ ଏପରି ଉପଦେଶ କେବେ କି ଗାନ୍ଧୀ ପରିବାର ସଦସ୍ୟଙ୍କୁ ଦେବନି। ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ୟ୍ୟୟ ତାଙ୍କୁ ଆଶ୍ଚର୍ୟ୍ୟ କରିନି ବୋଲି କହିଛନ୍ତି।