ଭାରତ ସପକ୍ଷରେ ବାହାରିଲା ଆମେରିକା, ଜାଣନ୍ତୁ କେଉଁ ମାମଲା
ଭାରତ ସପକ୍ଷରେ ବାହାରିଲା ଆମେରିକା, ଜାଣନ୍ତୁ କେଉଁ ମାମଲା
ନୂଆଦିଲ୍ଲୀ: ଭାରତ ସପକ୍ଷରେ ମୁଁହ ଖୋଲିଛି ଆମେରିକା। ଭାରତକୁ କରିଛି ସମର୍ଥନ। ପାକିସ୍ତାନରେ ଭାରତୀୟ ମିସାଇଲ ପଡିବା ଘଟଣାରେ ଭେିରତର ମତକୁ ସମର୍ଥନ କରିଛି ଆମେରିକା। ଭାରତର କିଛି ଭୁଲ ନାହିଁ, ଏହା କେବଳ ଆକସ୍ମିକ ଘଟଣା ଥିଲା। ଏହା ଅଜାଣତରେ ହୋଇଥିବା ନେଇ ୟୁଏସ କହିଛି।ଝକଓଚ
ଆମେରିକୀୟ ବୈଦେଶିକ ମୁଖପାତ୍ର ନେଡ୍ ପ୍ରାଇସ୍ କହିଛନ୍ତି ଯେ ଏହା କେବଳ ଏକ ଦୁର୍ଘଟଣା ଅଟେ। ଟେକନିକରେ କୌଣସି ତ୍ରୁଟି ପାଇଁ ଏପରି ହୋଇଥିଲା। ଏହା ଆକସ୍ମିକ ଘଟଣା ବ୍ୟତୀତ ଆଉ କିଛି ନୁହେଁ। ଜାଣିଶୁଣି ଭାରତ ପକ୍ଷରୁ ଆକ୍ରମଣ କରାଯାଇ ନାହିଁ।
ସୂଚନାଯୋଗ୍ୟ, ମାର୍ଚ୍ଚ ୯ ତାରିଖରେ ଭାରତୀୟ ସେନାର ଅନ୍ ଅର୍ମଡ୍ ଭୁଲ୍ରେ ଫାୟାର ହୋଇଯାଇଥିଲା। ଫଳରେ ଏହି ମିସାଇଲଟି ନିୟନ୍ତ୍ରଣ ହରାଇ ପାକିସ୍ତାନର ୧୨୪ କିମି ଭିତରେ ଯାଇ ପଡିଥିଲା। ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲା।
ତେବେ ପାକିସ୍ତାନ ଭୟଭୀତ ହେବା ସହ ପ୍ରତିକ୍ରିୟା ରଖିଥିଲା। ଭାରତ ଜାଣିଶୁଣି ଏପରି କରିଥିବା ଅଭିଯୋଗ କରିଥିଲା ପାକିସ୍ଥାନ। ଏହାସହ ତଦନ୍ତ ଦାବି କରିଥିଲା। ଏବେ କିନ୍ତୁ ଭାରତକୁ ଆମେରିକାର ସମର୍ଥନ ମିଳିଛି। ସେପଟେ ଭାରତ ନିଜ ଭୁଲ୍ ମାନିବା ସହ ହାଇଲେବଲ କୋର୍ଟ ଅଫ୍ ଇନକ୍ୱାୟରୀ ନିର୍ଦ୍ଦେଶ ଜାରି କରିଛି।
ଅନ୍ୟପଟେ ଏହି ମାମଲାରେ ଚୀନ୍ ମଧ୍ୟ ଅଯଥା ହସ୍ତକ୍ଷେପ କରିଥିଲା। ଭାରତ ଓ ପାକିସ୍ତାନ ମିଳିତ ଭାବେ ଏହାର ତଦନ୍ତ କରନ୍ତୁ ବୋଲି କହିଥିଲା ଚୀନ।




admin 