ଗଛରେ ପିଟିହେଲା କାର୍, ୬ ଆହତ

ଗଛରେ ପିଟିହେଲା କାର୍, ୬ ଆହତ

ଗଛରେ ପିଟିହେଲା କାର୍, ୬ ଆହତ

ଅନୁଗୋଳ:  ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥ ଝିମିରିପାଲି ଛକରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । କାର୍ ଭାରସାମ୍ୟ ହରାଇ ଗଛରେ ପିଟିହେବାରୁ ୬ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ନଅ ବର୍ଷର ପିଲା ସହିତ ଦୁଇ ଜଣ ମହିଳା ଓ ତିନିଜଣ ପୁରୁଷ ଅଛନ୍ତି ।

ସୂଚନା ଅନୁସାରେ ଆଜି ସକାଳେ  ଫୁଲବାଣୀରୁ ଏକ ପରିବାର କାର୍ ଯୋଗେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କରିବା ପାଇଁ ଯାଉଥିଲେ । ଝିମିରିପାଲି ଛକ ନିକଟରେ କାରର୍ ଆଗ ଚକ ହଠାତ୍ ଫାଟିଯାଇଥିଲା । ପରେ କାରଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗଛରେ ପିଟି ହୋଇଯାଇଥିଲା । କାରରେ ଡ୍ରାଇଭର ସମେତ ୬ ଜଣ ଥିଲେ । ୬ଜଣ ଗୁରୁତର ଆହତ ହୋଇଥିଲେ । 

ପାଲଲହଡା ପୁଲିସ ପହଂଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପୁଲିସ  କାରକୁ ଜବତ କରି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣାରେ କାରର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।