ଦେଶରେ ସର୍ବାଧିକ ଜିଏସ୍‌ଟି ଆଦାୟ

ଦେଶରେ ସର୍ବାଧିକ ଜିଏସ୍‌ଟି ଆଦାୟ

ଦେଶରେ ସର୍ବାଧିକ ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ଏପ୍ରିଲ୍‌ ମାସରେ ଦେଶରେ ମୋଟ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି। ଯାହାକି ଜିଏସଟି ଆଇନ ଲାଗୁ ହେବା ପରଠାରୁ ସର୍ବାଧିକ ଟ୍ୟାକ୍ସ ଆଦାୟ ।ସଂଗ୍ରହ ହୋଇଥିବା ରାଶିରୁ କେନ୍ଦ୍ରୀୟର ପରିମାଣ ୩୩,୧୫୯ ରହିଥିବା ବେଳେ ରାଜ୍ୟ ଜିଏସଟି ପରିମାଣ ୪୧,୭୯୩ କୋଟି ଓ ଆଇଜିଏସଟି ପରିମାଣ ୮୧,୯୩୯ ଟଙ୍କା ରହିଛି । ଏନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେସ୍ ଆକାରରେ ୧୦,୬୪୯ କୋଟି ଟଙ୍କା ସହ ଆମଦାନୀ ଉପରୁ ୮୫୭ କୋଟି ଟଙ୍କା ଆଦାୟ ହୋଇଥିବା କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ସୂଚନା ଦେଇଛି ।

ଏହା ପୂର୍ବରୁ ମାର୍ଚ୍ଚ ୨୦୨୨ ରେ ୧,୪୨,୦୯୫ କୋଟି ଟଙ୍କା ଆଦାୟ ହୋଇଥିଲା । ତେବେ ଜିଏସଟି ଆଇନ ଲାଗୁ ହେବା ପରେ ଏହା ଗୋଟିଏ ମାସରେ ସର୍ବାଧିକ ଆଦାୟ ବୋଲି କୁହାଯାଇଛି । ୨୦୨୨ ଏପ୍ରିଲ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ପରିମାଣ ଗତବର୍ଷ ସମାନ ମାସରେ ସଂଗୃହୀତ ରାଜସ୍ବ ତୁଳନାରେ ୨୦% ଅଧିକ ରହିଛି । ଏପ୍ରିଲ ୨୦୨୨ରେ ଗତବର୍ଷର ସମାନ ଅବଧି ଅର୍ଥାତ୍ ଏପ୍ରିଲ ୨୦୨୧ ତୁଳନାରେ ସାମଗ୍ରୀ ଆମଦାନୀରୁ ସଂଗୃହୀତ ରାଜସ୍ବ ୩୦% ଅଧିକ ଥିବା ବେଳେ ଘରୋଇ କାରବାରରୁ ସଂଗୃହୀତ ରାଜସ୍ବ ୧୭% ଅଧିକ ମିଳିଛି ।ମାର୍ଚ୍ଚ ୨୦୨୨ରେ ମୋଟ୍ ୭.୭ କୋଟି ଇ-ୱେବିଲ୍ ଜାରିକରାଯାଇଛି, ଯାହାକି ଫେବୃଆରୀ ୨୦୨୨ ତୁଳନାରେ ଜାରି କରା ଯାଇଥିବା ୬.୮ କୋଟି ଇ-ୱେବିଲ୍ ତୁଳନାରେ ୧୩% ଅଧିକ । ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ରାଜସ୍ବ ସଂଗ୍ରହ ଦେଖିବାକୁ ମିଳିଛି । ୨୦ ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ସର୍ବାଧିକ ରାଜସ୍ବ ସଂଗ୍ରହ କରାଯାଇଥିଲା । ୨୦ ଏପ୍ରିଲ ୨୦୨୨ରେ ୯.୫୮ ଲକ୍ଷ କାରବାର ମାଧ୍ୟମରେ ମୋଟ୍ ୫୭,୮୪୭ କୋଟି ଟଙ୍କାର ରାଜସ୍ବ ସଂଗୃହୀତ ହୋଇଥିଲା ।