ସ୍ବାମୀ ଚଳାଉଥିଲେ ସେକ୍ସ ରାକେଟ୍, ଜାଣି ପାରିବାରୁ ବିଜେପି ନେତ୍ରୀଙ୍କୁ ହତ୍ୟା
ସ୍ବାମୀ ଚଳାଉଥିଲେ ସେକ୍ସ ରାକେଟ୍, ଜାଣି ପାରିବାରୁ ବିଜେପି ନେତ୍ରୀଙ୍କୁ ହତ୍ୟା
ଲକ୍ଷ୍ନୌ: ବିଜେପି ନେତ୍ରୀଙ୍କ ସ୍ୱାମୀ ଚଳାଇଥିଲେ ସେକ୍ସ ରାକେଟ୍। ଯାହାକୁ ଜାଣିପାରିଲେ ତାଙ୍କ ପତ୍ନୀ ତଥା ବିଜେପି ନେତ୍ରୀ। ଶେଷରେ ପତ୍ନୀଙ୍କୁ ରାସ୍ତାରେ ହଟାଇଦେଲେ ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶରେ। ହତ୍ୟାର ଶିକାର ହୋଇଛନ୍ତି ବିଜେପି ନେତ୍ରୀ ସ୍ୱେତା ସିଂହ। ସ୍ବେତାଙ୍କ ସ୍ୱାମୀ ହେଉଛନ୍ତି ଦୀପକ ସିଂହ ଗୌର। ସ୍ୱେତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଦୀପକଙ୍କ ନାମରେ ଏତଲା ଦେଇଛନ୍ତି।
ସ୍ୱେତାଙ୍କୁ ତାଙ୍କ ସ୍ୱାମୀ, ଶାଶୂ, ଶ୍ୱଶୁର ଏବଂ ଦିଅର ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ବୁଧବାର ସ୍ୱେତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ତାଙ୍କ ରୁମରେ ଉଦ୍ଧାର କରାଯାଇଥିଲା। ବାପଘର ଳୋକେ ଅଭିଯୋଗ କରିଛନ୍ତି ଯେ, ସ୍ୱେତା ସିହଂଙ୍କ ସ୍ୱାମୀ ଦୀପକଙ୍କର ଅନ୍ତର୍ଜାତୀୟ ସେକ୍କ ରାକେଟ ସହ ସମ୍ପୃକ୍ତି ରହିଛି । ରୁଷୀୟ, ମୋରୋକକାନ୍, ଆଫ୍ରିକୀୟ ଏବଂ ଅନେକ ବିଦେଶୀ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ରହିଛି । ଦୀପକ ଯେତେବେଳେ ସେହି ବିଦେଶୀ ଯୁବୀତୀଙ୍କ ସହ ଫୋନରେ ବାର୍ତ୍ତାଳପ କରନ୍ତି ଏହାକୁ ରେକର୍ଡ଼ କରିଥିଲେ ସ୍ୱାତୀ। ସ୍ୱାମୀର ଅନୈତିକ କାର୍ୟ୍ୟର ଗୁମର ଖୋଲିବାକୁ ଚାହିଁଥିଲେ ସ୍ତ୍ରୀ। ମୃତ୍ୟୁ ପୂର୍ବରୁ ଏହି ଅଡ଼ିଓ ସବୁ ସ୍ୱେତା ତାଙ୍କ ପରିବାର ଲୋକଙ୍କୁ ସେୟାର କରିଛନ୍ତି। ଏ ସବୁ ଜାଣିବା ପରେ ସ୍ତ୍ରୀକୁ ମାରିବା ପାଇଁ ଯୋଜନା କରିଥିଲେ ସ୍ୱାମୀ। ନିଜକୁ ବଞ୍ଚାବାକୁ ଯାଇ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୋଟିଏ ଅଡ଼ିଓରେ ଦୀପକ ଜଣେ ରୁଷୀୟ ଯୁବତୀଙ୍କ ସହ ଡିଲ କରୁଥିବା ଶୁଣିବାକୁ ମିଳୁଛି। ଯୁବତୀ ଯୋଗାଡ଼ଠାରୁ ଆରମ୍ଭ କରି ଟଙ୍କା କାରବାର ଏବଂ ହୋଟେଲ ସମ୍ପର୍କରେ ଭୟୟଙ୍କ ମଧ୍ୟରେ କଥାବାର୍ତ୍ତା ହେଉଛି । ଅନ୍ୟ ଏକ ଅଡ଼ିଓରେ ଦୀପକ ଦଲାଲ ଜଣଙ୍କୁ କ୍ୟାସ ଦେବାକୁ ଚାହୁଁଛନ୍ତି ।
ଦଲାଲ ଜଣକ ଅନଲାଇନ୍ରେ ପେମେଣ୍ଟ ମାଗୁଛନ୍ତି। ଦଲାଲ ଜଣଙ୍କୁ ଦୁଇଟି ଯୁବତୀ ପଠାଇବାକୁ ଦୀପକ କହୁଛନ୍ତି । ଜଣେ ହେଉଛି ରୁଷୀୟ ଏବଂ ଅନ୍ୟ ଜଣେ ଭାରତୀୟ। ଦାମ ୨୦,୦୦୦ ଟଙ୍କା ରଖାଯାଉଛି। ଆଉ ଏକ ଅଡ଼ିଓରେ ଦୀପକ ରୁଷୀୟ ଯୁବତୀ ଦାବି କରୁଛନ୍ତି। ହେଲେ ଦଲାଲ ଜଣକ ତାଙ୍କ ପାଖରେ ମୋରୋକ୍କାନ୍ ଯୁବତୀ ଉପଲବ୍ଧ ଥିବା କହୁଛନ୍ତି। ଉତ୍ତରରେ ଦୀପକ ସେମାନେ ୪ ଜଣ ଅଛନ୍ତି। ଆଉ ଜଣେ ଭାରତୀୟ ଯୁବତୀଙ୍କୁ ପଠାଇବାକୁ ଦୀପକ ଦାବି କରୁଛନ୍ତି । ଏହି ଘଟଣାରେ ଶୁକ୍ରବାର ଦୀପକ ସିଂହଙ୍କୁ ପୁଲିସ ଗିରଫ କରିଛି। ଅନ୍ୟଅଭିଯୁକ୍ତମାନେ ଏହି ଘଟଣାରେ ଫେରାର ଅଛନ୍ତି। ସ୍ଥାନୀୟ ଏସପି ଅଭିନନ୍ଦନ କହିଛନ୍ତି ଯେ, ସେମାନେ ସେକ୍ସ ରାକେଟ ସମ୍ପର୍କରେ ପ୍ରେମର ସୂରୁପ ଅନେକ ଭିଡିଓ ପାଇଛନ୍ତି। ଅଭିଯୋଗକୁ ନେଇ ତଦନ୍ତ ଚାଲୁଥିବା ସେ କହିଛନ୍ତି।




admin 