ଖୋଲିବ ୪୫ ନୂଆ ଫାଷ୍ଟ୍ ଟ୍ରାକ୍ କୋର୍ଟ

ଖୋଲିବ ୪୫ ନୂଆ ଫାଷ୍ଟ୍ ଟ୍ରାକ୍ କୋର୍ଟ

ଖୋଲିବ ୪୫ ନୂଆ ଫାଷ୍ଟ୍ ଟ୍ରାକ୍ କୋର୍ଟ
ଭୁବନେଶ୍ୱର - ରାଜ୍ୟରେ ଖୁବ୍ ଶୀଘ୍ର ୪୫ଟି ନୂଆ ଫାଷ୍ଟ ଟ୍ରାକ୍ କୋର୍ଟ ଖୋଲାଯିବ । ଏହା ମଧ୍ୟରୁ ୨୧ଟି କୋର୍ଟରେ କେବଳ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ମାମଲାର ବିଚାର ହେବ । ମଙ୍ଗଳବାର ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ଅବଶିଷ୍ଟ ୨୪ଟି କୋର୍ଟରେ ପୋକ୍ସୋ ଆଇନ୍-୨୦୧୨ ଅଧୀନରେ ଆସୁଥିବା ମାମଲାର ବିଚାର କରାଯିବ । ଏହି ୨୪ଟି କୋର୍ଟ ପ୍ରତିଷ୍ଠା ହୋଇସାରିଛି ଓ ଖୁବ୍ ଶୀଘ୍ର ସେଗୁଡ଼ିକ କାର୍ଯ୍ୟକ୍ଷମ ହେବ । ଓଡ଼ିଶା ସମେତ ସାରା ଦେଶରେ ଦୁଷ୍କର୍ମ ମାମଲା ବଢ଼ୁଥିବାରୁ ସରକାରଙ୍କ ପାଇଁ ତାହା ଚିନ୍ତାର କାରଣ ହୋଇଛି । ଦୁଷ୍କର୍ମ ମାମଲାଗୁଡ଼ିକର ତୁରନ୍ତ ବିଚାର କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ହେଉଥିବାରୁ ଅପରାଧୀମାନେ ଚେତୁ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଏକାଥରେ ୪୫ଟି ଫାଷ୍ଟ୍ ଟ୍ରାକ୍ ଖୋଲାଯିବା ଘଟଣା ବେଶ୍ ଗୁରୁତ୍ୱ ବହନ କରୁଛି । ମହିଳା ଓ ନାବାଳିକାଙ୍କ ସୁରକ୍ଷା ଓ ନ୍ୟାୟ ପ୍ରଦାନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ହାଇକୋର୍ଟରେ ୧୪ଟି ବିଚାରପତି ପଦବି ଖାଲି ପଡ଼ିଥିବାରୁ ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବା କୁହାଯାଉଛି । ଏହି ପଦବି ପୂରଣ ହେଲେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି ।