ଖୋଲା ବଜାରରେ ଟିକା ମିଳୁ-ମୁଖ୍ୟମନ୍ତ୍ରୀ

ଖୋଲା ବଜାରରେ ଟିକା ମିଳୁ-ମୁଖ୍ୟମନ୍ତ୍ରୀ

ଖୋଲା ବଜାରରେ ଟିକା ମିଳୁ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କରୋନା ଟିକା ବାବଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି । ମୁଖମନ୍ତ୍ରୀଙ୍କ ଚିଠିରେ “ଖୋଲା ବଜାରରେ ଟିକା ମିଳିଲେ ଆଶାୟୀ ଟିକା କିଣି ନେଇପାରିବେ । ବିଶ୍ୱରେ ସ୍ୱୀକୃତ ଟିକାକୁ ଆମ ଦେଶରେ ଜରୁରୀ ବ୍ୟବହାର ଅନୁମତି ମିଳୁ । ଏପରି ହେଲେ ଟିକା ଯୋଗାଣ ବୃଦ୍ଧି କରାଯାଇ ପାରିବ ବୋଲି ନବୀନ କହିଛନ୍ତି । ଭାରତରେ ଟିକା ଉପôାଦନ ବୃଦ୍ଧି ନେଇ ପର୍ଯ୍ୟାପ୍ତ ଭିତିଭୂମି ରହିଛି । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଟିକା ଉପôାଦନ ବଢାନ୍ତୁ । ଯେଉଁ ମହାନଗରୀରେ ସଂକ୍ରମଣ ଅଧିକ ସେସବୁ ସ୍ଥାନକୁ ଅଗ୍ରାଧିକାର ମିଳୁ । ଅଧିକ ସଂକ୍ରମଣ ମହାନଗରୀ ପାଇଁ ଟିକାକରଣ ବୟସ ସୀମା କୋହଳ ହେଉ ବୋଲି ନବୀନ କହିଛନ୍ତି ।