ଅଜିତ ମଙ୍ଗରାଜଙ୍କ ପଛେ ପଛେ ମା’ ବି ଚାଲିଗଲେ

ଅଜିତ ମଙ୍ଗରାଜଙ୍କ ପଛେ ପଛେ ମା’ ବି ଚାଲିଗଲେ

ଅଜିତ ମଙ୍ଗରାଜଙ୍କ ପଛେ ପଛେ ମା’ ବି ଚାଲିଗଲେ
ଭୁବନେଶ୍ୱର : କରୋନାରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର ପରଲୋକ ହୋଇଯାଇଥିଲା । ତେବେ ତାଙ୍କ ମୃତୁ୍ୟରେ ବେଶୀ ଆଘାତ ପାଇଥିଲେ ତାଙ୍କ ମାଆ । ପୁଅକୁ ଝୁରିଝୁରି ସେ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତୁ୍ୟ ହୋଇଯାଇଛି । ତାଙ୍କ ମାଆଙ୍କୁ ମଧ୍ୟ କରୋନା ହୋଇଥିବା ଜଣାପଡ଼ିଛି । ଫଳରେ କୋଭିଡ଼ କଟକଣାରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟଯେ, ନିର୍ବାଚନ ପ୍ରଚାର ବେଳେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ଅଜିତ ମଙ୍ଗରାଜଙ୍କୁ ପ୍ରଥମେ ଡେଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ସ୍ଥିତି ବିଗିଡ଼ିବାରୁ ତାଙ୍କୁ ଆପୋଲ ହସପିଟାଲରେ ଭର୍ତି କରାଯାଇଥିଲା । ତେବେ ସେଠାରେ କରୋନା ସହ ଲଢ଼ିଲଢ଼ି ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଫଳରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ।