କୋଭାକ୍ସିନ୍‌ ବଦଳରେ ଦେଇଦେଲେ କୋଭିସିଲ୍ଡ

କୋଭାକ୍ସିନ୍‌ ବଦଳରେ ଦେଇଦେଲେ କୋଭିସିଲ୍ଡ

କୋଭାକ୍ସିନ୍‌ ବଦଳରେ ଦେଇଦେଲେ କୋଭିସିଲ୍ଡ

ପାଟନା: ଛୋଟ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ବିଭ୍ରାଟ ଦେଖାଯାଇଛି। ବର୍ତ୍ତମାନ ଭାରତ ସରକାର ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଅନୁମତି ଦେଇଛନ୍ତି। ସମଗ୍ର ଦେଶରେ କିଶୋର/କିଶୋରୀମାନଙ୍କୁ କୋଭାକ୍ସିନ ଟିକାର ଡୋଜ୍ ଦିଆଯାଉଛି।

ହେଲେ ବିହାରର ନାଳନ୍ଦାରେ ଦୁଇ କିଶୋର ଭାଇଙ୍କୁ କୋଭାକ୍ସିନ ବଦଳରେ କୋଭିସିଲ୍ଡ ଟିକା ଦିଆଯାଇଛି। ଟିକା ନେଇଥିବା ଦୁଇ ଭାଇଙ୍କ ପରିବାର ଲୋକ ଏବେ ସ୍ୱାସ୍ଥ୍ୟ ବିଭାଗର ବେପରୁଆ ଆଚରଣକୁ ଚିନ୍ତାରେ ପଡ଼ିଛନ୍ତି।

ଟିକାକରଣ କିଛି ସମୟରେ ଜଣାପଡ଼ିଥିଲା ଯେ ଦୁଇ ଭାଇଙ୍କୁ ସ୍ୱାସ୍ଥ୍ୟକର୍ମୀ କୋଭାକ୍ସିନ ବଦଳରେ କୋଭିସିଲ୍ଡ ଟିକା ଦେଇଛନ୍ତି। ଏ ସମ୍ପର୍କରେ ଦୁଇ ଭାଇଙ୍କ ପରିବାର ଲୋକ ସ୍ୱାସ୍ଥ୍ୟକର୍ମୀଙ୍କୁ ପଚାରିଥିଲେ। ହେଲେ କୋଭିସିଲ୍ଡ ଟିକା ନେଲେ କୌଣସି ପ୍ରକାରର ଅସୁବିଧା ନାହିଁ ବୋଲି କହି ସେ କଥା ବୁଲାଇବାକୁ ଚେଷ୍ଟା କରିଥିଲେ।

ହେଲେ ସରକାରଙ୍କ ଅନୁମତି ନଥିଲେ ମଧ୍ୟ କେମିତି ନାଳନ୍ଦାରେ କୋଭିସିଲ୍ଡ ଟିକା ଦିଆଗଲା, ତା’କୁ ନେଇ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି। ବିବାଦ ବଢ଼ିବାରୁ ଦୁଇ ଭାଇ ପରିବାର ଲୋକଙ୍କ ସହ ବରିଷ୍ଠ ମେଡିକାଲ ଅଧିକାରୀଙ୍କୁ ଦେଖା କରିବା ପାଇଁ ତାଙ୍କ କାର୍ୟ୍ୟାଳୟକୁ ଯାଇଥିଲେ।

ସେଠାରେ ଉଭୟଙ୍କୁ ଦେଢ଼ ଘଣ୍ଟା ନୀରକ୍ଷଣରେ ରଖାଯାଇଥିଲା। ଏହାପରେ ସେମାନଙ୍କୁ ଘରକୁ ଛଡ଼ା ଯାଇଛି। ଯଦି କୌଣସି ଅସୁବିଧା ହୁଏ, ତା’ହେଲେ ମେଡିକାଲ୍ ଟିମ୍ ସେମାନଙ୍କ ଘରକୁ ଯିବ ବୋଲି ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଟିକା ଦେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ କାର୍ୟ୍ୟରୁ ହଟାଇ ଦିଆଯାଇଛି। ଏଥିସହ ତାଙ୍କୁ ସ୍ପଷ୍ଟୀକରଣ ମଧ୍ୟ ମଗାଯାଇଛି। ତେବେ ତାଙ୍କୁ ନିଲମ୍ବିତ କରାଯାଇଛି କି ନାହିଁ, ସେକଥା ଜଣା ପଡ଼ିନି।