କେନ୍ଦ୍ର ଟିକସ ପାଇଁ ଖାଇବା ତେଲ ମହଙ୍ଗା : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କେନ୍ଦ୍ର ଟିକସ ପାଇଁ ଖାଇବା ତେଲ ମହଙ୍ଗା : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କେନ୍ଦ୍ର ଟିକସ ପାଇଁ ଖାଇବା ତେଲ ମହଙ୍ଗା  : ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୁବନେଶ୍ୱର: କେନ୍ଦ୍ର ଟିକସ ପାଇଁ ଖାଇବା ତେଲ ମହଙ୍ଗା ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ବିଧାନସଭାରେ ଖାଇବା ତେଲ ଦର ବୃଦ୍ଧି ପ୍ରସଙ୍ଗରେ ମୁଲତବି ଆଲୋଚନାରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହା କହିଛନ୍ତି । ସେ କହିଛନ୍ତି ଯେ, ତେଲ ଉପରେ କେନ୍ଦ୍ର ସରକାର ଟିକସ ଲାଗୁ କରୁଥିବାରୁ ଦର ବଢୁଛି । ତେଲ ଉପରେ ଜିଏସଟି ୫.୫, କୃଷି ସେସ ୧୭.୫ ଓ ଆମଦାନୀ ଶୁଳ୍କ ୨୧ ପ୍ରତିଶତ ଲାଗିଛି । ଖାଇବା ତେଲର ଚାହିଦା କମିଥିଲେ ବି ଦର କିନ୍ତୁ ବଢି ବଢି ଚାଲିଛି । ୨୦୧୯ରେ ୨୧ ମିଲିୟନ ଟନ ଆବଶ୍ୟକ ଥିବାବେଳେ ୨୦୨୧ରେ ୧୯କୁ ଖସିଛି । ରାଜ୍ୟରେ ବର୍ଷକୁ ୩ ଲକ୍ଷ ମେଟ୍ରିକ ଟନ ଖାଇବା ତେଲ ଆବଶ୍ୟକ ପଡ଼ୁଛି । ତେଳ ଦର ନିୟନ୍ତ୍ରଣ କରିବା ସମ୍ପୂର୍ଣ୍ଣଭାବେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।