ବିଜୁଳି ଦର ଵୃଦ୍ଧି ପ୍ରତିବାଦରେ ଓଇଆରସି ଅଫିସ ସମ୍ମୁଖରେ ବିଜେପିର ବିକ୍ଷୋଭ

ବିଜୁଳି ଦର ଵୃଦ୍ଧି ପ୍ରତିବାଦରେ ଓଇଆରସି ଅଫିସ ସମ୍ମୁଖରେ ବିଜେପିର ବିକ୍ଷୋଭ

ବିଜୁଳି ଦର ଵୃଦ୍ଧି ପ୍ରତିବାଦରେ ଓଇଆରସି ଅଫିସ ସମ୍ମୁଖରେ ବିଜେପିର ବିକ୍ଷୋଭ
ଭୁବନେଶ୍ୱର: ୟୁନିଟ ପିଛା ୩୦ ପଇସା ବିଜୁଳି ଦର ଵୃଦ୍ଧି ପ୍ରତିବାଦରେ ଓଇଆରସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି । ୬ ମାସ ଭିତରେ ଦ୍ୱିତୀୟ ଥର ବିଦ୍ୟୁତ ଦର ଵୃଦ୍ଧି କରାଯାଇଥିବାରୁ ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ପ୍ରତିବାଦ କରିଛନ୍ତି । ମହାମାରୀ କରୋନା କାଳରେ ଲୋକଙ୍କ ଉପରେ ବୋଝ ଲଦିଛନ୍ତି ରାଜ୍ୟ ସରକାର । କେତେବେଳେ ହୋଲ୍ଡିଂ ଟ୍ୟାକ୍ସ, କେତେବେଳେ ସର୍ଭିସ ଟ୍ୟାକ୍ସ ଆଉ ପୁଣି ଏବେ ବିଜୁଳି ଦର ବୃଦ୍ଧି ହେବା ଦ୍ୱାରା ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ବର୍ତ୍ତମାନ ସମୟରେ ଲୋକ ମାନେ ଜୀବନଜୀବିକା ସହ ସଂଗ୍ରାମ କରୁଛନ୍ତି । ତେଣୁ ଏଭଳି ବିପତ୍ତି ସମୟରେ ସରକାର ଟ୍ୟାକ୍ସ କିମ୍ବା ବିଦ୍ୟୁତ ଦର ବଢ଼ାନ୍ତୁ ନାହିଁ ବୋଲି ବିଜେପି ଦାବି କରିଛି । ନଚେତ ଦଳ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ।